Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାର୍ଟି ସାରି ଫେରୁଥିଲେ ଯୁବକ-ଯୁବତୀ, ନାବାଳକ ଡ୍ରାଇଭର ପିଟିଦେଲା କାର, ଯୁବକ-ଯୁବତୀ ମୃତ

by ସଞ୍ଜୟ ସ୍ୱାଇଁ
May 19, 2024
in Accident, Education
ପାର୍ଟି ସାରି ଫେରୁଥିଲେ ଯୁବକ-ଯୁବତୀ, ନାବାଳକ ଡ୍ରାଇଭର ପିଟିଦେଲା କାର, ଯୁବକ-ଯୁବତୀ ମୃତ
130
VIEWS
Share on FacebookShare on Twitter

ପୁଣେ, (ବାଘୁଆବାର୍ତ୍ତା): ଶନିବାର ବିଳମ୍ବିତ ରାତିରେ ପୁଣେର କଲ୍ୟାଣୀ ନଗର ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବିଳାସପୂର୍ଣ୍ଣ କାର ଏକ ମୋଟରସାଇକେଲକୁ ଧକ୍କା ଦେବା ଫଳରେ ଯୁବକ-ଯୁବତୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, କାର୍ ଚଳାଉଥିବା ଡ୍ରାଇଭର ୧୭ ବର୍ଷୀୟ ବେଦାନ୍ତ ଅଗ୍ରୱାଲ। ଗତକାଲି ବିଳମ୍ବିତ ରାତିରେ ସେ ଏକୁଟିଆ କାର୍ ନେଇ ଯାଉଥିବା ବେଳେ ଏକ ମଟୋରସାଇକେଲକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ୍ ପଛରେ ବସିଥିବା ଯୁବତୀ କିଛି ଫୁଟ୍ ଉପରକୁ ଉଡିଯାଇ ଅନ୍ୟ ଏକ କାର୍ ଉପରେ ପଡିଥିଲେ। ସେହିପରି ବାଇକ୍ ଚାଳକଙ୍କ ଶରୀରରେ ମଧ୍ୟ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ-ଯୁବତୀ ପାର୍ଟି ସାରି ଘରକୁ ଫେରୁଥିବା କୁହାଯାଉଛି। ସେପଟେ ଧକ୍କା ଦେଇଥିବା କାରଟି ମହଙ୍ଗା ଓ ବିଳାସପୂର୍ଣ୍ଣ ପୋର୍ସେ କାର୍। କିନ୍ତୁ କାରରେ ନମ୍ବର ପ୍ଲେଟ୍ ନଥିବା ବେଳେ ଡ୍ରାଇଭିଂ କରୁଥିଲେ ଜଣେ ନାବାଳକ। ନାବାଳକ ଜଣକ ସ୍ତାନୀୟ ଅଞ୍ଚଳର ଜଣେ ବିଲ୍ଡରଙ୍କ ପୁଅ ବୋଲି କୁହାଯାଉଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ନାବଳକଙ୍କୁ ଅଟକ ରଖି ପୁଲିସରେ ଜିମା ଦେଇଛନ୍ତି। ପୁଲିସ ମୃତଦେହ ଜବତ କରିବା ସହ ଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!