ଟାଙ୍ଗୀ, (ବାଘୁଆବାର୍ତ୍ତା): ଟାଙ୍ଗୀ ବ୍ଲକ ନୂଆଗଡ ପଞ୍ଚାୟତ ଉଗ୍ରତାରା ମଧ୍ୟ ଇଂରାଜୀ ବିଦ୍ୟାଳୟ ର ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ଧନେଶ୍ୱର ପାଇକରାୟ ଙ୍କର ହୃଦଘାତରେ ଦେହାନ୍ତ ହୋଇଯାଇଛି । ସେ ଜଣେ କର୍ତ୍ତବ୍ୟ ନିଷ୍ଠ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ବିଦ୍ୟାଳୟ ସ୍ଥାପନରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଶିକ୍ଷକ ମାନଙ୍କ ନ୍ୟାଯ୍ୟ ଦାବୀ ହାସଲ ନିମିତ୍ତ ଶିକ୍ଷକ ମହାସଂଘ ଆନ୍ଦୋଳନ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସେବା ନିବୃତ୍ତ ହେବା ପରେ ବିଭିର୍ଣ୍ଷ ସାମାଜିକ ଓ ବିକାଶ ମୂଳକ କାର୍ଯ୍ୟକ୍ରମ ରେ ସକ୍ରିୟ ଥିଲେ ଜଣେ ସରଳ ଅମାୟିକ ପରୋପକାରୀ ମିଷ୍ଟଭାଷୀ ବ୍ୟକ୍ତି ରୂପେ ଅଞ୍ଚଳରେ ପରିଚିତ ଥିଲେ ।





