ତୁମୁଡିବନ୍ଧ, (ବାଘୁଆବାର୍ତ୍ତା): ତୁମୁଡିବନ୍ଧ ଥାନା ଲାବଣ୍ୟ ନଗର ଅଞ୍ଚଳରେ ଆଜି ସକାଳୁ ଲୋକେ ଉଠିଲା ବେଳକୁ ୭ରୁ ୮ଟି ଛେଳି ମରି ପଡ଼ିଥିବା ଦେଖିବାକୁ ପାଇଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଭିଏସଙ୍କୁ ଜଣାଇଥିଲେ। ପଶୁ ବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ପ୍ରାୟ ୩୦ରୁ ୪୦ ଛେଳି ମରି ସାରିଥିଲେ। ଏହି ଛେଳି ସବୁ କୌଣସି ଏକ ଅଜଣା ରୋଗର ଶୀକାର ହୋଇଥିବା କୁହାଯାଉଛି । ତେବେ ସ୍ଥାନୀୟ ପଶୁ ଡାକ୍ତରଖାନା ପକ୍ଷରୁ ଅନୁସଂଧାନ କରାଯାଇଥିଲେ ବି ସଠିକ୍ ରୂପେ ରୋଗକୁ ଚିହ୍ନଟ କରି ପାରୁନଥିବା କହିଛନ୍ତି ପଶୁ ବିଭାଗ ଡାକ୍ତର। ଉଚିତ୍ ସମୟରେ ପଶୁ ଡାକ୍ତରଖାନା ପକ୍ଷରୁ ମେଡ଼ିସିନ୍ କିମ୍ବା ଇନଜେକ୍ସନ୍ ଦିଆ ଯାଉନଥିବାରୁ ଏଭଳି ଛେଳି ମରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଛେଳି ମାଲିକମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।





