Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ଘଟଣାରେ ଫାର୍ମାସିଷ୍ଟ ମୃତ୍ୟୁ, କୁହୁଡି ହେଲା କାଳ

by ସଞ୍ଜୟ ସ୍ୱାଇଁ
January 11, 2025
in Accident, State
ଦୁର୍ଘଟଣାରେ ଫାର୍ମାସିଷ୍ଟ ମୃତ୍ୟୁ, କୁହୁଡି ହେଲା କାଳ
118
VIEWS
Share on FacebookShare on Twitter

କେନ୍ଦୁଝର ସଦର, (ବାଘୁଆବାର୍ତ୍ତା): କୁହୁଡି ହେଲା କାଳ। ଜଣେ ଫାର୍ମାସିଷ୍ଟ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶୁଆକାଟି ଆମ୍ବୁଲାନ୍ସ ଫାର୍ମାସିଷ୍ଟ ରାଜେଶ କୁମାର ଦ୍ୱିବେଦୀ । ଶୁଆକାଟି ଆମ୍ବୁଲାନ୍ସ ଫାର୍ମାସିଷ୍ଟ ରାଜେଶ କୁମାର ଦ୍ୱିବେଦୀ(୫୭) ନିଜ କର୍ମକ୍ଷେତ୍ରକୁ ଯାଉଥିଲେ। ଜୁଡିଆ ଫାୟାର ଷ୍ଟେସନ ନିକଟରେ ଦୁର୍ଘଟଣାର ଶୀକାର ହୋଇଥିଲେ। ଦୁର୍ଘଟଣା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଢେଙ୍କାପୁର ଶାସନରେ ତାଙ୍କ ଘର। କେନ୍ଦୁଝର ଜିଲ୍ଲା ବ୍ୟାପି ଆଜି ପ୍ରବଳ କୁହୁଡ଼ି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା। ଅଧ ରାତିରୁ କୁହୁଡ଼ି ଆରମ୍ଭ ହୋଇ ସକାଳ ନଅଟା ପର୍ଯ୍ୟନ୍ତ କୁହୁଡି ରହିଥିଲା। ୨୦ ଏଵଂ ୪୯ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ସହ କୁହୁଡି ସମୟରେ ପ୍ରାୟ ଗାଡ଼ି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। କୁହୁଡ଼ି ଘନତା ଏତେ ଥିଲା ଯେ ମାତ୍ର ୧୫-୨୦ ଫୁଟ ଦୂରକୁ ଦିଶୁନଥିଲା । ସକାଳ ଯେତେ ଯେତେ ହେଉଥିଲା ସେତେ କୁହୁଡ଼ି କ୍ରମେ ବଢି ବର୍ଷା ହେବା ପରିସ୍ଥିତି ସୃଷ୍ଟି କରିଥିଲା। ପିଲାମାନେ ସ୍କୁଲ ଯିବାକୁ ଅସୁବିଧା ସମ୍ମୁଖୀନ ହୋଇଥିବା ବେଳେ ବସଷ୍ଟାଣ୍ଡରେ ଅନେକ ଯାତ୍ରୀ ବସି ରହିଥିଲେ। କୁହୁଡି ଯୋଗୁ ସକାଳୁଆ ପରିବା ବ୍ୟବସାୟୀ କିମ୍ୱା ଅନ୍ୟାନ୍ୟ କାମ ଧନ୍ଦା ମଧ୍ୟ ବାଧା ସୃଷ୍ଟି ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!