Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାତକୋଶିଆ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
April 29, 2025
in State
ତଦନ୍ତ ପରିସରଭୁକ୍ତ ହେବେ ଆଠଗଡ ଡିଏଫଓ
84
VIEWS
Share on FacebookShare on Twitter

ଠାକୁରମୁଣ୍ଡା, (ବାଘୁଆବାର୍ତ୍ତା): କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତର ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ । ସାତକୋଶିଆ ବନାଞ୍ଚଳ ସାତକୋଶିଆ, ଗୋଡ଼ଭଙ୍ଗା ଓ ଶାଳଚୁଆ ଜଙ୍ଗଲରେ ୪ଟି ହାତୀ ବହୁ ଦିନ ଆଗରୁ ରହି ଆସୁଥିଲେ । ଆଜି ସକାଳ ୭ଟା ସମୟରେ ୨ଜଣ ଯୁବକ ଶାଳଚୁଆ ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ଥିବା ପୋଖରୀ ଯାଇଥିବାବେଳେ ଗୋଟିଏ ଦନ୍ତା ହାତୀ ପୋଖରୀରୁ ପାଣି ପିଇ ପୋଖରୀ ଉପରକୁ ଉଠୁଥିବାର ଦେଖିବାକୁ ପାଇଥିଲେ l ପରେ ଶାଳଚୁଆ ବନରକ୍ଷୀ ପଦ୍ମାବତୀ ପାତ୍ରଙ୍କୁ ଖବର ଦେଇଥିଲେ। ସେ ସଙ୍ଗେ ସଙ୍ଗେ ସାତକୋଶିଆ ରେଞ୍ଜର, ଫରେଷ୍ଟରଙ୍କୁ ଜଣାଇବା ସହ ହାତୀ ଉପରେ ନଜର ରଖିଥିଲେ। ଫୁଟବଲ ପଡିଆଠାରୁ ହାତୀଟି ପାଖ ଜଙ୍ଗଲର କିଛି ଦୂରକୁ ଯିବା ପରେ ତା’ର ମୃତ୍ୟୁ ହୋଇଥିଲା। ଖବରପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ସହକାରୀ ବନ ସଂରକ୍ଷକ ମଦନ ମୋହନ ମହାନ୍ତ, ସାତକୋଶିଆ ବନ୍ଯପ୍ରାଣୀ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ମହାନ୍ତ, ବନପାଳ ଗିରିଜା ନନ୍ଦନ ଦଳେଇ, ବନରକ୍ଷୀ ସନତ ମହାନ୍ତ ଓ ଅନ୍ଯ ବନକର୍ମଚାରୀ ସମେତ ଠାକୁରମୁଣ୍ଡା ପ୍ରଣୀ ଚିକିତ୍ସକ ଡା ପ୍ରିତି ପ୍ରସନ୍ନ ସାହୁ, ଚମ୍ପୁଆ ପ୍ରାଣୀ ଚିକିତ୍ସକ ଡା.ପ୍ରକାଶ ଚନ୍ଦ୍ର ଘଡ଼େଇ, କେନ୍ଦୁମୁଣ୍ଡି ପ୍ରାଣୀ ଚିକିତ୍ସକ ଡା.କଲ୍ଯାଣୀ ମାରାଣ୍ତି ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁଧ୍ୟାନ କରିଛନ୍ତି। ତେବେ ବ୍ଯବଛେଦ ପରେ ଦନ୍ତା ହାତୀର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!