Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାତକୋଶିଆ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
April 29, 2025
in State
ତଦନ୍ତ ପରିସରଭୁକ୍ତ ହେବେ ଆଠଗଡ ଡିଏଫଓ
34
VIEWS
Share on FacebookShare on Twitter

ଠାକୁରମୁଣ୍ଡା, (ବାଘୁଆବାର୍ତ୍ତା): କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତର ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ । ସାତକୋଶିଆ ବନାଞ୍ଚଳ ସାତକୋଶିଆ, ଗୋଡ଼ଭଙ୍ଗା ଓ ଶାଳଚୁଆ ଜଙ୍ଗଲରେ ୪ଟି ହାତୀ ବହୁ ଦିନ ଆଗରୁ ରହି ଆସୁଥିଲେ । ଆଜି ସକାଳ ୭ଟା ସମୟରେ ୨ଜଣ ଯୁବକ ଶାଳଚୁଆ ଫୁଟବଲ ପଡ଼ିଆ ପାଖ ଜଙ୍ଗଲରେ ଥିବା ପୋଖରୀ ଯାଇଥିବାବେଳେ ଗୋଟିଏ ଦନ୍ତା ହାତୀ ପୋଖରୀରୁ ପାଣି ପିଇ ପୋଖରୀ ଉପରକୁ ଉଠୁଥିବାର ଦେଖିବାକୁ ପାଇଥିଲେ l ପରେ ଶାଳଚୁଆ ବନରକ୍ଷୀ ପଦ୍ମାବତୀ ପାତ୍ରଙ୍କୁ ଖବର ଦେଇଥିଲେ। ସେ ସଙ୍ଗେ ସଙ୍ଗେ ସାତକୋଶିଆ ରେଞ୍ଜର, ଫରେଷ୍ଟରଙ୍କୁ ଜଣାଇବା ସହ ହାତୀ ଉପରେ ନଜର ରଖିଥିଲେ। ଫୁଟବଲ ପଡିଆଠାରୁ ହାତୀଟି ପାଖ ଜଙ୍ଗଲର କିଛି ଦୂରକୁ ଯିବା ପରେ ତା’ର ମୃତ୍ୟୁ ହୋଇଥିଲା। ଖବରପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ସହକାରୀ ବନ ସଂରକ୍ଷକ ମଦନ ମୋହନ ମହାନ୍ତ, ସାତକୋଶିଆ ବନ୍ଯପ୍ରାଣୀ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ମହାନ୍ତ, ବନପାଳ ଗିରିଜା ନନ୍ଦନ ଦଳେଇ, ବନରକ୍ଷୀ ସନତ ମହାନ୍ତ ଓ ଅନ୍ଯ ବନକର୍ମଚାରୀ ସମେତ ଠାକୁରମୁଣ୍ଡା ପ୍ରଣୀ ଚିକିତ୍ସକ ଡା ପ୍ରିତି ପ୍ରସନ୍ନ ସାହୁ, ଚମ୍ପୁଆ ପ୍ରାଣୀ ଚିକିତ୍ସକ ଡା.ପ୍ରକାଶ ଚନ୍ଦ୍ର ଘଡ଼େଇ, କେନ୍ଦୁମୁଣ୍ଡି ପ୍ରାଣୀ ଚିକିତ୍ସକ ଡା.କଲ୍ଯାଣୀ ମାରାଣ୍ତି ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁଧ୍ୟାନ କରିଛନ୍ତି। ତେବେ ବ୍ଯବଛେଦ ପରେ ଦନ୍ତା ହାତୀର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି ।

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025
୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ,  ବନ୍ଧାହେଲେ ୪ ଅଧିକାରୀ

୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ, ବନ୍ଧାହେଲେ ୪ ଅଧିକାରୀ

May 22, 2025
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!