ଢେଙ୍କାନାଳ,(ବାଘୁଆବାର୍ତ୍ତା): ସରିଲା ବାହାଘର । ବାହାଘର ତିନି ଦନ ପରେ ଅର୍ଥାତ୍ ଚଉଠି ପୂର୍ବରୁ ମିଳିଲା ନବବଧୂର ମୃତ୍ୟୁ ଶରୀର । ନବବଧୂର ମୃତ୍ୟୁ ଶରୀର ମିଳିବା ପରେ କ୍ଷୀପ୍ରଗତିରେ ପ୍ରସାରିତ ହୋଇଗଲା ଏହି ଖବର । ପୁଲିସ ପାଖରେ ଅଭିଯୋଗ ହେବା ପରେ ଢେଙ୍କାନାଳ ସଦରଥାନା ପୁଲିସ ନବବଧୂଙ୍କ ଶାଶୁଘରେ ପହଞ୍ôଚ ତନାଘନା ଆରମ୍ଭ କରିଛି । ସୂନାନୁସାରେ, ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ବିଦ୍ୟାବନ୍ଧ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ନବବଧୂର ଚଉଠି ରାତି ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଛି । ତେବେ କେଉଁଥି କାରଣ ନବବଧୂର ମୃତ୍ୟୁ ହୋଇଛି ତା’ର କାରଣ ଅସ୍ପଷ୍ଟ ଥିବା ବେଳେ ସଦରଥାନା ପୁଲିସ ପହ ô ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।





