୨୪ ଘଣ୍ଟା ପରେ ବି ଉଠିନି ଶବ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବନମାଳୀପୁର ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବୋହୁ ଶାଶୁକୁ ହତ୍ୟା କରିବା ଭଳି ଅଭିଯୋଗ ଆସିଛି । ସୂଚନାନୁସାରେ, ଉକ୍ତ ଗ୍ରାମର ଶଶୀଭୂଷଣ ତ୍ରିପାଠୀଙ୍କ ପ୍ରଥମ ପôତୀଙ୍କ ମୃତ୍ୟୁ ପରେ ନରସିଂହପୁର ଥାନା ଅନ୍ତର୍ଗତ ଜିଲିଣ୍ଡା ନିକଟବର୍ତ୍ତୀ ବସନ୍ତପୁର ଗ୍ରାମର ସ୍ୱର୍ଗତ ଶ୍ରୀବତ୍ସ ପଣ୍ଡାଙ୍କ ଝିଅ ଶୋଭାସିନୀ(୪୦)ଙ୍କୁ ବିବାହ କରିଥିଲେ । ବିବାହକୁ ଇତି ମଧ୍ୟରେ ୧୭ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ପ୍ରଥମ ପôତୀଙ୍କ ପୁଅ ଓ ଝିଅ ଶୋଭାସିନୀଙ୍କୁ ବହୁ ଭଲ ପାଉଥିଲେ । ଶୋଭାସିନୀ ମଧ୍ୟ ପିଲାମାନଙ୍କୁ ନିଜ ଛୁଆଠାରୁ ଅଧିକ ସ୍ନେହ କରୁଥିଲେ । କିଛିଦିନ ତଳେ ପୁଅମାନଙ୍କ ବିବାହ ହୋଇଥିବା ବେଳେ ବୋହୁ ରଶ୍ମିରେଖା ଦାଶ ଶାଶୁଙ୍କୁ ସାବତ ମାଆ ବୋଲି ଆଖ୍ୟା ଦେଇ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ରବିବାର ରାତିରେ ବୋହୁ ରଶ୍ମିରେଖା ଶାଶୁଙ୍କୁ ବିଷ ଦେଇ ହତ୍ୟା କରିଥିବା ଶୋଭାସିନୀଙ୍କ ଭାଇ ବସନ୍ତ କୁମାର ପଣ୍ଡା ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାଟି ରବିବାର ରାତିରେ ଘଟିଥିବା ବେଳେ ତାହା ସୋମବାର ସକାଳୁ ଲୋକ ଲୋଚନକୁ ଆସିଥିଲା । ମାତ୍ର ଏହା ମଧ୍ୟରେ ୨୪ ଘଣ୍ଟା ବିତି ସାରିଥିବା ବେଳେ ପୁଲିସ କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଶବ ପଡ଼ି ରହିଥିବା ଜଣାଯାଇଛି । ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ହତ୍ୟାକାଣ୍ଡରେ ବୋହୁ ବାହାଘର ଲୋକ ସାମିଲ ଥିବା ଅଭିଯୋଗ ହୋଇଛି ।






