Sunday, October 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶାଶୁକୁ ହତ୍ୟା କଲା ବୋହୁ !

by ସଞ୍ଜୟ ସ୍ୱାଇଁ
April 20, 2021
in Crime, Nayagarh
୩ଛୁଆକୁ ବିଷ ଦେଇ ମାଆର ଆତ୍ମହତ୍ୟା ଉଦ୍ୟମ:୨ମୃତ
1k
VIEWS
Share on FacebookShare on Twitter

୨୪ ଘଣ୍ଟା ପରେ ବି ଉଠିନି ଶବ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବନମାଳୀପୁର ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବୋହୁ ଶାଶୁକୁ ହତ୍ୟା କରିବା ଭଳି ଅଭିଯୋଗ ଆସିଛି । ସୂଚନାନୁସାରେ, ଉକ୍ତ ଗ୍ରାମର ଶଶୀଭୂଷଣ ତ୍ରିପାଠୀଙ୍କ ପ୍ରଥମ ପôତୀଙ୍କ ମୃତ୍ୟୁ ପରେ ନରସିଂହପୁର ଥାନା ଅନ୍ତର୍ଗତ ଜିଲିଣ୍ଡା ନିକଟବର୍ତ୍ତୀ ବସନ୍ତପୁର ଗ୍ରାମର ସ୍ୱର୍ଗତ ଶ୍ରୀବତ୍ସ ପଣ୍ଡାଙ୍କ ଝିଅ ଶୋଭାସିନୀ(୪୦)ଙ୍କୁ ବିବାହ କରିଥିଲେ । ବିବାହକୁ ଇତି ମଧ୍ୟରେ ୧୭ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ପ୍ରଥମ ପôତୀଙ୍କ ପୁଅ ଓ ଝିଅ ଶୋଭାସିନୀଙ୍କୁ ବହୁ ଭଲ ପାଉଥିଲେ । ଶୋଭାସିନୀ ମଧ୍ୟ ପିଲାମାନଙ୍କୁ ନିଜ ଛୁଆଠାରୁ ଅଧିକ ସ୍ନେହ କରୁଥିଲେ । କିଛିଦିନ ତଳେ ପୁଅମାନଙ୍କ ବିବାହ ହୋଇଥିବା ବେଳେ ବୋହୁ ରଶ୍ମିରେଖା ଦାଶ ଶାଶୁଙ୍କୁ ସାବତ ମାଆ ବୋଲି ଆଖ୍ୟା ଦେଇ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ରବିବାର ରାତିରେ ବୋହୁ ରଶ୍ମିରେଖା ଶାଶୁଙ୍କୁ ବିଷ ଦେଇ ହତ୍ୟା କରିଥିବା ଶୋଭାସିନୀଙ୍କ ଭାଇ ବସନ୍ତ କୁମାର ପଣ୍ଡା ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାଟି ରବିବାର ରାତିରେ ଘଟିଥିବା ବେଳେ ତାହା ସୋମବାର ସକାଳୁ ଲୋକ ଲୋଚନକୁ ଆସିଥିଲା । ମାତ୍ର ଏହା ମଧ୍ୟରେ ୨୪ ଘଣ୍ଟା ବିତି ସାରିଥିବା ବେଳେ ପୁଲିସ କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଶବ ପଡ଼ି ରହିଥିବା ଜଣାଯାଇଛି । ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ହତ୍ୟାକାଣ୍ଡରେ ବୋହୁ ବାହାଘର ଲୋକ ସାମିଲ ଥିବା ଅଭିଯୋଗ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!