Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୂଅ ସଫା କରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ ଓ ଜଣେ ଗୁରୁତର

by ସଞ୍ଜୟ ସ୍ୱାଇଁ
June 1, 2021
in State
ବାତ୍ୟା ‘ୟଶ’ରେ ଅମାନିଆ ଙ୍କ ମୃତ୍ୟୁ
79
VIEWS
Share on FacebookShare on Twitter

ରାଇଘର,(ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ପଂଚାୟତର ସୋନାରପାରା ଗ୍ରାମରେ କୂଅ ସଫା କରିବାକୁ ଯାଇ ଦୁଇଜଣଙ୍କ ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହାଟଭରାଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି l ସୂଚନା ଅନୁଯାୟୀ ଆଜି ସକାଳ ୯ ଟା ସମୟରେ ସୋନାରପାରା ଗ୍ରାମର ରାଜୁ କେଉଟଙ୍କ କୂଅଟିକୁ ସଫା କରିବାକୁ ସେହି ଗ୍ରାମର ହେମରଜ ହାଲବା ଓ ଅନୁପ କେଉଟଙ୍କ ସହିତ ତା ଭିତରେ ପଶି ଥିଲେ l କୂଅ ଭିତରେ ପାଣି କମ୍ ଥିବା ବେଳେ ସେଠାରେ ସେମାନେ ସଫେଇ କାମ ଆରମ୍ଭ କରିଥିଲେ | କିଛି ସମୟ ମଧ୍ୟରେ ସେମାନେ ଶ୍ୱାସରୁଦ୍ଧ ହୋଇ ଛଟପଟ ହୋଇଥିଲେ l କୂଅ ବାହାରେ ଥାଇ ଦେଖୁଥିବା ଲୋକେ ଉଦ୍ଧାର କରିବାକୁ ଯାଇ ବିଫଳ ହେବା ପରେ କୁନ୍ଦେଇ ପୁଲିସ ଓ ରାଇଘର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ବେଳକୁ ହେମରାଜ ଓ ଅନୁପଙ୍କ ମୃତ୍ୟୁ ହୋଇ ସାରିଥିଲା l ଅପରପକ୍ଷରେ ରାଜୁଙ୍କୁ ଉଦ୍ଧାର କରିବା ପରେ ସେ ଗୁରୁତର ଥିବାରୁ ତାଙ୍କୁ ହାଟଭରାଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଖବର ପାଇ କୁନ୍ଦେଇ ଥାନା ଅଧିକାରୀ ଫକୀର ମୋହନ ଖରା, ରାଇଘର ତହସିଲଦାର ଜଗୁ ପୁଜାରୀ,ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ l ରାଜୁ କେଉଟଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି l

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!