Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସିଲା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ବ୍ୟବଚ୍ଛେଦ ରିପୋର୍ଟ, ସିବିଆଇ ତଦନ୍ତ ଦାବି କଲେ ତାଙ୍କ ଭାଇ

by ସଞ୍ଜୟ ସ୍ୱାଇଁ
September 24, 2023
in Crime, State
ଚିହ୍ନଟ ହେଲା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
217
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ (୩୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ପୁଲିସ୍‌ର ହସ୍ତଗତ ହୋଇଛି । ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି । ରିପୋର୍ଟ ଆଧାରରେ ଏହା ଆତ୍ମହତ୍ୟା ବୋଲି ପୁଲିସ୍ କହୁଛି । ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଥିବା ତଥ୍ୟକୁ ବିଶ୍ୱାସ କରୁନାହାନ୍ତି ସୁସ୍ମିତାଙ୍କ ଭାଇ ସନ୍ଦୀପ । ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ଦାବି କରିଛନ୍ତି । ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ମୃତ୍ୟୁର ୩ଦିନ ପରେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମଧ୍ୟ ଘଟଣାର କାରଣ ନେଇ ବଢିବାରେ ଲାଗିଛି ସସ୍‌ପେନ୍ସ । ସୁସ୍ମିତା ରହୁଥିବା ହୋଟେଲର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ମୃତ୍ୟୁ ଦିନ ସକାଳ ପ୍ରାୟ ୮ଟା ୫୫ମିନିଟ୍ ସମୟରେ ସୁସ୍ମିତା ହୋଟେଲରୁ ବାହାରି ଯାଇଥିଲେ । ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ବି ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ପୁଲିସ୍ । ମୃତ୍ୟୁ ପୂର୍ବରୁ ସୁସ୍ମିତା ପୁଲିସ୍ ନିକଟରେ ପରିବାର ସଦସ୍ୟଙ୍କ ବିରୋଧରେ କରିଥିବା ୩ଫର୍ଦ୍ଦର ଲିଖିତ ଅଭିଯୋଗକୁ ନେଇ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି । ଏଥିରେ ସେ ତାଙ୍କ ଭାଇ ଓ ମା’ଙ୍କ ନାମରେ ଅଭିଯୋଗ ରହିଛି । ସେମାନଙ୍କ ଠାରୁ ତାଙ୍କୁ କୌଣସି ସହାୟତା କିମ୍ବା ସହଯୋଗ ବଦଳରେ ନିର‌୍ୟ୍ୟାତନା ମିଳୁଥିବା ନେଇ ଏଥିରେ ଉଲ୍ଲେଖ ରହିଛି । ଉଦିତନଗର ଥାନାରୁ ସୁସ୍ମିତାଙ୍କୁ ଆଣିବା ପାଇଁ ଭାଇ ସନ୍ଦୀପ ଓ ମାଆଙ୍କ ସାଙ୍ଗରେ ଆଉ ଜଣେ ବ୍ୟକ୍ତି ଯାଇଥିଲେ । ବିଶେଷ କରି ସେହି ବ୍ୟକ୍ତିଙ୍କୁ ଦେଖିବା ପରେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ସେ ଘରକୁ ଯିବା ପାଇଁ ରାଜି ହୋଇନଥିଲେ । ସେହି ବ୍ୟକ୍ତିଙ୍କୁ ଭୟ କରୁଥିବା ନେଇ ଅଭିଯୋଗପତ୍ରରେ ସୁସ୍ମିତା ଦର୍ଶାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ହେଲେ ସେହି ବ୍ୟକ୍ତି ଜଣକ କିଏ? ସୁସ୍ମିତାଙ୍କ ପରିବାର ସହ ତାଙ୍କର କି ସମ୍ପର୍କ ରହିଛି? ସେ ସୁସ୍ମିତାଙ୍କ ସମ୍ପର୍କରେ କଣ ଲାଗିବେ ସେ ସମ୍ପର୍କରେ ପୁଲିସ୍ ଖୋଳତାଡ଼ କରୁଥିବା ସୂଚନା ମିଳିଛି । ଏସବୁ ଘଟଣାକୁ ନେଇ ସୁସ୍ମିତାଙ୍କ ଭାଇ ଓ ମାଆଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରିପାରେ । ସୁସ୍ମିତା କରିଥିବା ଅଭିଯୋଗ ସମ୍ପର୍କରେ ସନ୍ଦୀପଙ୍କୁ ପଚରାଯିବାରୁ ସେ କହିଥିଲେ, ପୁଲିସ୍ ର୍ପୂବରୁ ଅଭିଯୋଗ ପତ୍ର ଦେଖାଇନଥିଲା । ଯଦି ଆମ ବିରୋଧରେ ଅଭିଯୋଗ ରହିଥିଲା ତେବେ ଆମକୁ ଗିରଫ କରାଗଲାନି କାହିଁକି ବୋଲି ଓଲଟା ପ୍ରଶ୍ନ କରିଥିଲେ । ଶନିବାର ସୁସ୍ମିତାଙ୍କ ଭାଇ ଓ ମାଆ ପ୍ଲାଣ୍ଟସାଇଟ୍ ଥାନାରେ ପହଞ୍ଚିଥିଲେ । ସନ୍ଦୀପ ଗତ ୨୦ ତାରିଖରେ କରିଥିବା ଲିଖିତ ଅଭିଯୋଗ ସମ୍ପର୍କରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅଧିକାରୀଙ୍କ ପ୍ରକୋଷ୍ଠରୁ ବାହାରି ସନ୍ଦୀପ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଅଭିଯୋଗପତ୍ରର ନକଲ କପି ନେବାକୁ ପୁଲିସ୍ ପାଖକୁ ଆସିଥିଲି । କିନ୍ତୁ ପୁଲିସ୍ ମୋ ଅଭିଯୋଗକୁ ନେଇ ମାମଲା ରୁଜୁ କରିବାକୁ ପ୍ରସ୍ତୁତ ନୁହେଁ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଯାହା ଉଲ୍ଳେଖ ରହିଛି ତାହାକୁ ସନ୍ଦୀପ ସହଜରେ ଗ୍ରହଣ କରୁନଥିବା ପ୍ରକାଶ କରିଛନ୍ତି । ନ୍ୟାୟ ପାଇଁ ସିବିଆଇ ତଦନ୍ତ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!