ଟାଙ୍ଗୀ, (ବାଘୁଆବାର୍ତ୍ତା): ଆଜି ଶନିବାର ଅପରାହ୍ନ ସମୟରେ ବର୍ଷା ଓ ଘଡ଼ଘଡ଼ି ସାଙ୍ଗକୁ ବଜ୍ରପାତ ହେବା ଫଳରେ ଜଣେ ବାଇକ ଆରୋହୀ ଯୁବକଙ୍କରମୃତ୍ୟୁ ହୋଇଥିବା ଖବର ମିଳିଛି । କନ୍ତଳ ବାଇ ଗ୍ରାମର ନବ କିଶୋର ମହାପାତ୍ରଙ୍କ ପୁଅ ଅଭୟ (୩୦)ସାକ୍ଷୀ ଗୋପୀନାଥ ଙ୍କ ମନ୍ଦିର ପାଖରେ ପୂଜା ସାମଗ୍ରୀ ଦୋକାନ କରିଥିଲେ । ସେ ତାଙ୍କ ବାଇକ ଯୋଗେ ଚିଲିକା ବ୍ଲକ ଜରିପଡା ରେ ଭଉଣୀ ଘରେ ସାବିତ୍ରୀ ପୂଜା ସାମଗ୍ରୀ ଦେଇ ଗାଁକୁ ଫେରୁଥିଲେ । ବର୍ଷା ହେବାରୁ ସେ ଟାଙ୍ଗୀ ମଙ୍ଗଳାଯୋଡି ପୂର୍ତ୍ତ ବିଭାଗ ରାସ୍ତାର ଏକ ବର ଗଛମୂଳରେ ଅଟକି ଯାଇଥିଲେ ସେଠାରେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ହୋଇ ଯାଇ ଥିଲା । ବର୍ଷା ଛାଡିବା ପରେ ସେହି ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ତାଙ୍କୁ ଦେଖି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାତ୍ରୀ ହୋଇଥିବା ହେତୁ ଶବ ବ୍ୟବଛେଦ ପାଇଁ ଖୋରଧା ପଠା ଯାଇ ପାରି ନଥିବା ଜଣାପଡିଛି। ତାଙ୍କ ଅକାଳ ବିୟୋଗରେ ଭୁଷଣ୍ଡପୁର ଅଂଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ତାଙ୍କର ବହୁ ଶୁଭେଛୁ ଙ୍କର ଭିଡ଼ ଜମିଥିଲା ।






