Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଲ୍‌ସରକୁ ପିଟିଲା ପିକଅପ, ଜଣେ ମୃତ, ବିଧାୟକଙ୍କ ଶୋକ

by ସଞ୍ଜୟ ସ୍ୱାଇଁ
February 16, 2025
in Accident, Nayagarh, State
ପଲ୍‌ସରକୁ ପିଟିଲା ପିକଅପ, ଜଣେ ମୃତ, ବିଧାୟକଙ୍କ ଶୋକ
893
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ବ୍ରିଜ ଠାରେ ଏକ ପିକଅପ ଭ୍ୟାନ ପଲ୍‌ସରକୁ ପିଟି ଜଣଙ୍କର ମୃତ୍ୟୁ ହୋଇଛି । ସୁଚନାନୁସାରେ ଇଟାମାଟି ଥାନା ଅନ୍ତର୍ଗତ ବିରୁଡା ଗ୍ରାମର ପ୍ରହଲ୍ଲାଦ ମୁଦୁଲିଙ୍କ ପୁଅ ତୋଫାନ ମୁଦୁଲି ଇଟାମାଟିରୁ ନିଜ ଗ୍ରାମକୁ ଫେରୁଥିଲେ । ଦିନ ୨ ଘଣ୍ଟା ସମୟରେ ନୟାଗଡ଼ ଅଭିମୁଖେ ଆସୁଥିବା ଏକ ପିକଅପ ଭ୍ୟାନ ଓଡି୦୭ଭି – ୩୦୩୮ ନମ୍ବର ପିକଅପ ଭ୍ୟାନ ବଡ଼ପଣ୍ଡୁସର ବ୍ରିଜ ନିକଟରେ ପଲ୍‌ସରକୁ ଧକ୍କା ଦେଇଥିଲା ।

ଘଟଣା ସ୍ଥଳରେ ତୋଫାନଙ୍କର ମୃତ୍ୟୁ ଘଟିଥିଲା । ଇଟାମାଟି ପୁଲିସ ଖବର ପାଇ ନୟାଗଡ଼ ମୁଖ୍ୟ ଡାକ୍ତର ଖାନାରେ ଭର୍ତି କରିଥିଲେ । ପୁଲିସ ପକ୍ଷରୁ ଗାଡି ଦୁଇଟିକୁ ଜବତ କରାଯାଇଛି । ତୋଫାନ ଜଣେ ମେଳାପି ଓ ପରୋପକାରୀ ଯୁବକ ଥିଲେ । ତାଙ୍କ ବାପା ମାଆଙ୍କର ଏକ ମାତ୍ର ସନ୍ତାନ ଥିଲେ ତୋଫାନ । ଦୈନଦିନ ସେ ଗୋମାତାଙ୍କ ସେବା କରିବା ସହ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଅସହାୟ ମାନଙ୍କୁ ସାହାଯ୍ୟ କରୁଥିଲେ ।

ତାଙ୍କ ମୃତ୍ୟୁ ଖବର ପାଇ ଇଟାମାଟି ଜିଲ୍ଲା ପରିଷଦ ସଭ୍ୟ ଆଶିଷ ଅଗ୍ରୱାଲ, ବିଜେଡି ନାରୀ ନେତ୍ରୀ ଇରାନୀ ରାୟ, ବିଜେଡି ନେତା ଦୁର୍ଯ୍ୟୋଧନ ବେହେରା, ଛାତ୍ର ନେତା ନୀଳମାଧବ ପଣ୍ଡା, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଅଜୟ କୁମାର ସ୍ୱାଇଁ, ସମିତି ସଭ୍ୟାଙ୍କ ପ୍ରତିନିଧି ରଞ୍ଜନ କୁମାର ଲେଙ୍କା ଓ ଗ୍ରାମର ବହୁ ଯୁବକ ନୟାଗଡ଼ ମେଡିକାଲରେ ଉପସ୍ଥିତ ରହିଛନ୍ତି । ତୋଫାନଙ୍କ ଅକାଳ ବିୟୋଗରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାରଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!