Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପେଟରେ ପଶିଲା ଶାବଳ, ଶ୍ରମିକ ମୃତ

by ସଞ୍ଜୟ ସ୍ୱାଇଁ
November 1, 2020
in Nayagarh
ନୂଆଗାଁ ଅଂଚଳରେ ମହିଳାଙ୍କ ଆତ୍ମହତ୍ୟା
2.7k
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ମୋରମ ଖୋଲୁଥିବା ବେଳେ ଦୁର୍ଭାଗ୍ୟବଶତ୍ୟ ଶାବଳ ପେଟରେ ପଶି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ହେଲେ ଓଡ଼ଗାଁ କାମ୍ପସାହିର ରମେଶ ବାରିକ (୩୮) । ସୂଚନାନୁସାରେ, ଦୈାନନ୍ଦିନ ପରି ରମେଶ ଆଜି କଦଳୀବନ୍ଧ ଅଂଚଳର ଏକ ଟ୍ରାକ୍ଟରରେ ଶ୍ରମିକଭାବ କାମ କରିବାକୁ ଘରୁ ଯାଇଥିଲେ । ଘସାଦେଇପୁର ଅଂଚଳରେ ଥିବା ମୋରମ ଖାଦାନରେ ସେ ମୋରମ ଖୋଲୁଥିଲେ । ୧୫ ଫୁଟ ଉଚ୍ଚ ଏକ ଦୁମ ସ୍ଥାନରୁ ମୋରମ ଖୋଲୁଥିବା ବେଳେ ମାଟି ଧସି ଯିବାରୁ ପ୍ରଥମେ ଶାବଳଟି ତଳକୁ ଖସି ମାଟିରେ ସିଧା ହୋଇ ରହିଥିଲା । ଭାରସାମ୍ୟ ହରାଇ ରମେଶ ସେହି ଶାବଳ ଉପରେ ଖସି ପଡ଼ିବାରୁ ତାହା ତାଙ୍କ ପେଟରେ ପଶି ଯାଇଥିଲା । ଘଟଣାସ୍ଥଳରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଅଣା ଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଓଡ଼ଗାଁ ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବେଚ୍ଛଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!