Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଲିକଙ୍କ ମାଡ଼ରେ ଟଳି ପଡିଳେ ଶ୍ରମିକ

by ସଞ୍ଜୟ ସ୍ୱାଇଁ
September 2, 2024
in Crime, State
ମାଲିକଙ୍କ ମାଡ଼ରେ ଟଳି ପଡିଳେ ଶ୍ରମିକ
58
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ଶ୍ରମିକର ସାମାନ୍ୟ ଭୁଲ୍‌ରେ ରାଗିଗଲେ ମାଲିକ । ଭୁଲିଗଲେ ହିତାହିତ ଜ୍ଞାନ । ଏହାପରେ ବିଚ୍‌ ରାସ୍ତାରେ ଶ୍ରମିକଙ୍କୁ ଲାତ ମାରିଲେ, ଆଉ ଆଖି ପିଛୁଳାକେ ଟଳି ପଡ଼ିଲେ ଶ୍ରମିକ । ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଘଟିଛି। ମୃତକ ହେଲେ ଗାଡ଼ିଆଜୋର ଗାଁର ଗୋପବନ୍ଧୁ ଧରୁଆ । ଗୋପବନ୍ଧୁଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତ ମାଲିକ ସୁଦାମ ଧରୁଆଙ୍କୁ ଥାନାରେ ଅଟକ ରଖିଛି। ସୁଦାମ ଗତ ରବିବାର କିଛି ଟଙ୍କା ଦେଇ ଗୋପବନ୍ଧୁଙ୍କୁ ନିକଟ କେନ୍ଦୁମୁଣ୍ଡି ଗାଁରୁ ସାର ଆଣିବାକୁ କହିଥିଲେ। ଏଥିସହ ବଳକା ଟଙ୍କାକୁ ଘରେ ଦେବାକୁ କହିଥିଲେ। କିନ୍ତୁ ଗୋପବନ୍ଧୁ ବଳକା ଟଙ୍କାକୁ ଖର୍ଚ୍ଚ କରି ଦେଇଥିବା ବେଳେ ଆଉ ସୁଦାମଙ୍କୁ ଫେରାଇ ନ ଥିଲେ। ଗତକାଲି ଗୋପବନ୍ଧୁ ଧରୁଆ ଓ ଅନ୍ୟଜଣେ ସାଥି ଗାଁ ମୁଣ୍ଡରେ ଥିବା ପୋଲ ଉପରେ ବସିଥିଲେ। ଉକ୍ତ ସମୟରେ ସୁଦାମ ସେଠାରେ ପହଞ୍ଚିଥିଲେ। ଟଙ୍କା ନ ଫେରାଇବାକୁ ନେଇ ଗୋପବନ୍ଧୁଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ଉତ୍ତ୍ୟକ୍ତ ସୁଦାମ ଗୋପବନ୍ଧୁଙ୍କୁ ଲାତ ମାରିଥିଲେ। ଫଳରେ ସେହିଠାରେ ହିଁ ଅଚେତ ହୋଇ ପଡ଼ିଥିଲେ ଗୋପବନ୍ଧୁ। ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଶବ ଜବତ କରି ସୁଦାମଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!