ସୁନ୍ଦରଗ. (ବାଘୁଆବାର୍ତ୍ତା): ସଦର ଥାନା ଅନ୍ତର୍ଗତ ଭେଡ଼ା ବହାଲ ବଘିଆପଡାରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଯୁବକଙ୍କୁ କେହି ହତ୍ୟା କରିବା ପରେ ମୃତଦେହକୁ ଅଙ୍ଗନୱାଡ଼ି ଆଗରେ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରାଯାଇଛି। ସୂଚନା ମୁତାବିକ, ଆଜି ସକାଳୁ ବଘିଆ ପଡ଼ା ଅଙ୍ଗନୱାଡ଼ି ଆଗରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଦେଖି ଗ୍ରାମବାସମାନେ ସଦର ପୋଲିସକୁ ଖବର ଦେଇଥିଲେ ଖବରପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସି ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଥିବା ବେଳେ କିଏ ଓ କାହିଁକି ହତ୍ୟ କରିଛି ତାହା ଜଣାପଡ଼ିନାହିଁ। ମୃତ ଯୁବକ ଜଣକ ଦେବୀଦାସ ସେଟ୍ (୨୨) ଓ ସେ ଭେଦାବହାଲ କଲୋନୀ ପଡ଼ାର ବାସିନ୍ଦା ବୋଲି ଜଣାପଡିଛ।





