ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ସଂକଳ୍ପ ଅନୁଷ୍ଠାନର ପୂର୍ବତନ ସଭାପତି ଓ ଗ୍ରାମ କମିଟିର ପୂର୍ବତନ ସଂପାଦକ, ରୋହିବାଙ୍କ ସତସଂଗ କେନ୍ଦ୍ରର ମୁଖ୍ୟ ତଥା ଧର୍ମ ଯାଜକ ରବିନ୍ଦ୍ର କୁମାର ସାହୁଙ୍କ ଗତକାଲି ପରଲୋକ ଘଟିଛି । କିଛିଦିନ ହେବ ସେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ସରପଞ୍ଚ, ସମିତି ସଭ୍ୟ, ସରକାରୀ ଓକିଲ ଦିବାକର ନାୟକ, ସଂକଳ୍ପର ସଂପାଦକ ପ୍ରସନ୍ନ କୁମାର ସେଠୀ ଓ ସମସ୍ତ ସଦସ୍ୟ ଶୋକ ପ୍ରକାଶ କରିଛନ୍ତି।






