Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପତ୍ନୀ ସହ ଅନୈତିକ ସମ୍ପର୍କ ସନ୍ଦେହରୁ ସାଙ୍ଗକୁ ପଥରରେ ଛେଚି ହତ୍ୟା

by ସଞ୍ଜୟ ସ୍ୱାଇଁ
October 6, 2022
in Crime, State
ବାପାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ୨ ପୁଅ
29
VIEWS
Share on FacebookShare on Twitter

ଉଦଳା, (ବାଘୁଆବାର୍ତ୍ତା): ପତ୍ନୀ ସହ ଅନୈତିକ ସମ୍ପର୍କ ସନ୍ଦେହରୁ ସାଙ୍ଗକୁ ବିଭତ୍ସ ହତ୍ୟା। ଶରତ ଥାନା କାଠଚୁଆ ଗ୍ରାମରେ ଘଟିଛି ଏହି ଘଟଣା। ଘଟଣାଟି ୩ ଦିନ ତଳେ ଅର୍ଥାତ୍ ସୋମବାର ରାତିରେ ଘଟିଥିବା ବେଳେ ଆଜି ଏହା ଲୋକଲୋଚନକୁ ଆସିଛି। ହତ୍ୟାର ଶିକାର ବ୍ୟକ୍ତି ଜଣକ କେନ୍ଦୁଝର ଜିଲ୍ଲା ଆନ୍ଦପୁର ଥାନା କୁନ୍ତିଡିହା ଗ୍ରାମର ଲାଲା ବିରୁଲି ଓ ଅଭିଯୁକ୍ତ ଜଣକ ଉକ୍ତ ଗ୍ରାମର ରତନା ସାମାଡ଼। ସୂଚନା ମୁତାବକ, ପତ୍ନୀ ସହ ସାଙ୍ଗ ଲାଲାଙ୍କ ଅନୈତିକ ସମ୍ପର୍କ ଗଢ଼ିଉଠିଥିବା ନେଇ ରତନା ସନ୍ଦେହ କରିଥିଲା। ଯାହାକୁ ନେଇ ରତନା ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା। ପରେ କୌଶଳ କରି ଲାଲାଙ୍କୁ ସାଙ୍ଗରେ ନେଇ ଶରତ ଥାନା ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ। ଏଠାରେ ସେ ଲାଲାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ଡାକି ନେଇ ପ୍ରଥମରେ ଏକ ବାଡ଼ିରେ ବାଡେଇ ଗୁରୁତର କରିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲେ। ଘଟଣାକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ସେ ମୃତଦେହକୁ ନିକଟସ୍ଥ ନଦୀରେ ଫୋପାଡ଼ି ଦେଇଥିଲେ। ଗତ ମଙ୍ଗଳବାର ଭୋର ସମୟରେ ମୃତଦେହ ମିଳିଥିଲା। ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ କହିଛି, ଗତ ମଙ୍ଗଳବାର ଭୋରୁ କାଠଚୁଆ ଗ୍ରାମ ନିକଟ ନଦୀରୁ ଏକ ଶବ ମିଳିଥିଲା। ଯାଞ୍ଚ ପରେ ମୃତ ବ୍ୟକ୍ତିର ପରିଚୟ ଜଣାପଡ଼ିଥିଲା। ସାଇଣ୍ଟିଫିକ୍ ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ହତ୍ୟାକାଣ୍ଡ ଘଟାଇଥିବା ବ୍ୟକ୍ତି ରତନାଙ୍କୁ ଆଜି ଧରାଯାଇଛି। ପତ୍ନିଙ୍କ ସହ ଅନୈତିକ ସମ୍ପର୍କ ଥିବା ଜାଣିବା ପରେ ଲାଲାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଦୋଷ ସ୍ୱୀକାର କରିଛି। ହତ୍ୟାରେ ବ୍ୟବହୃତ ପଥର ଓ ବାଡ଼ିକୁ ଜବତ କରାଯାଇଛି। ଏଥିସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!