Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀ ମୁହଁ ଉପରେ ବସି ପଡିଲେ ସ୍ତ୍ରୀ, ଚାଲିଗଲା ସ୍ୱାମୀଙ୍କ ଜୀବନ

by ସଞ୍ଜୟ ସ୍ୱାଇଁ
May 20, 2021
in NATIONAL NEWS
ସ୍ୱାମୀ ମୁହଁ ଉପରେ ବସି ପଡିଲେ ସ୍ତ୍ରୀ, ଚାଲିଗଲା ସ୍ୱାମୀଙ୍କ ଜୀବନ
514
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ସ୍ୱାମୀଙ୍କ ଉପରେ ମଦ ନିଶାରେ ବସି ପଡିଲେ ସ୍ତ୍ରୀ । ଚାଲିଗଲା ସ୍ୱାମୀଙ୍କ ଜୀବନ । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଋଷରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ମଦ ନିଶାରେ ୧୦୧ କେଜିର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଉପରେ ବସି ପଡିବାରୁ ଏହି ଅଘଟଣ ଘଟିଥିଲା । ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ଏହି ମାମଲା ଋଷର ଏକ ସହରର ସାମ୍ନାକୁ ଆସିଛି । ପତି ଓ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ସାମାନ୍ୟ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ବଚସା ବେଳେ ପତ୍ନୀ ନିଶାରେ ଥିଲେ । ସେ ନିଜ ସ୍ୱାମୀଙ୍କୁ କ୍ଷମା ମାଗିବାକୁ କହିଥିଲେ । ସ୍ୱାମୀ ଭୁଲ ମାଗିନଥିଲେ । ଏହାପରେ ରାଗିଯାଇ ସେ ପତିଙ୍କ ମୁହଁ ଉପରେ ବସି ପଡିଥିଲେ । ରିପୋର୍ଟ ଅନୁସାରେ ପତ୍ନୀଙ୍କ ଓଜନ ୧୦୧ କେଜି ଥିଲା । ସେ ପତିଙ୍କ ମୁହଁ ଉପରେ ବସି ପଡିବାରୁ ତାଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହୋଇଥିଲା । ଏକଥା କିନ୍ତୁ ପତ୍ନୀ ଜାଣିପାରି ନଥିଲେ । ସେ ଏପରି ପ୍ରାୟ ଅନେକ ସମୟ ଧରି ପତିଙ୍କ ଉପରେ ବସି ରହିଥିଲେ । ଫଳରେ ପତି ଜଣଙ୍କ ପ୍ରାଣ ହରାଇଥିଲେ । ସେଠାରେ ଉପସ୍ଥିତ ଥିବା ସେମାନଙ୍କ ଝିଅ ତୁରନ୍ତ ପଡୋଶୀ ଲୋକଙ୍କୁ ଡାକିଥିଲେ । କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା । ମହିଳା ଜଣଙ୍କ କହିଛନ୍ତି ଯେ, ସେ ତାଙ୍କ ପତିଙ୍କୁ ମାରିବାକୁ ଚାହୁଁନଥିଲେ । ପତି ବହୁତ ପାଟି କରୁଥିବାରୁ ସେ ତାଙ୍କୁ ଚୁପ କରିବା ପାଇଁ ମୁହଁ ଉପରେ ବସି ପଡିଥିଲେ । ପ୍ରଥମେ ମହିଳା ଜଣଙ୍କ ସତ କହୁନଥିବା ବେଳେ ମେଡିକାଲ ରିପୋର୍ଟରେ ସବୁ ସ୍ପଷ୍ଟ ହୋଇଯାଇଥିଲା । ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ କରୁଛି ପୁଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!