ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ହଷ୍ଟେଲ ରୁମ୍ ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ। ମୃତ ଛାତ୍ର ଜଣଙ୍କ ପାରିକୁଦ ଅଞ୍ଚଳର ସୂର୍ୟ୍ୟ ପ୍ରକାଶ ପଲେଇ ବୋଲି ସୂଚନା ମିଳିଛି। ତେବେ ଛାତ୍ର ଜଣ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଇନ୍ଫୋଭାଲି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବିକ, ଇନଫୋଭାଲି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜ ହଷ୍ଟେଲ ରୁମ୍ରୁ ଛାତ୍ରଙ୍କ ମୃତଦେହ ଠାବ ହୋଇଛି। ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ସାଇଣ୍ଟିଫିକ୍ ଟିମର ତଦନ୍ତ ଆରମ୍ଭ।





