ଝାରସୁଗୁଡା (ବାଘୁଆବାର୍ତ୍ତା): ନିଷ୍ଠୁର ସାଜିଲା ଭାଗ୍ୟ ରାତି ପାହିଲେ ହୋଇଥାନ୍ତା ବାହାଘର । ମାତ୍ର ଘରକୁ ଫେରିଲା ପୁଅର ମୃତଦେହ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ୧୯ ଖଣ୍ଡ ମୌଜାର କଣ୍ଢେଇକେଲା ଗାଁରେ । ଶନିବାର ଦିନ ବାହାଘର ହେବାର ଥିବା ବେଳେ କରୋନାର ଆକ୍ରାନ୍ତ ହୋଇ ପ୍ରାଣ ହରାଇଛଇନ୍ତି ଶିକ୍ଷକ ନେପାଳ ପ୍ରଧାନ । ସରକାରଙ୍କ ପକ୍ଷରୁ କୋଭିଡ ମୁକାବିଲା ପାଇଁ ଶିକ୍ଷକଙ୍କୁ ଦିଆଯାଇଥିବା ବିଭିନ୍ନ କାମରେ ନେପାଳ ନିୟୋଜିତ ଥିଲେ । ଗତକାଲି ନେପାଳଙ୍କ ବାହାଘର ଥିଲା । ଚାରିଦିନ ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କର ଆଂଟିଜେନ ଟେଷ୍ଟ କରାଯାଇଥିଲା । ମାତ୍ର ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ ଶୁକ୍ରବାର ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପ୍ରଥମେ ତାଙ୍କୁ ବୁର୍ଲା ଓ ପରେ ଘରୋଇ ହସପିଟାଲକୁ ନିଆଯାଇଥିଲା । ସେଠାରେ ମଲଟିଅର୍ଗାନ ଡ୍ୟାମେଜ ଯୋଗୁଁ ସେ ପ୍ରାଣ ହରାଇଥିଲେ । ବାହାଘର ଦିନ ହିଁ ମୃତଦେହ ଘରକୁ ଫେରିଲା ।






