ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଥାନା ଶ୍ରୀରାମ ପୁର ଗ୍ରାମ ନିକଟ ଜଙ୍ଗଲ ରାସ୍ତାରେ ଗତକାଲି ନିର୍ଜନ ରାସ୍ତାରେ ବିଭତ୍ସ ଭାବେ ଏକ ହତ୍ୟାକାଣ୍ଡ ଘଟିଥିଲା । ଶ୍ରୀରାମପୁର ଗ୍ରାମର ବିଜୟ ସାହୁ ସାଇକେଲରେ କନ୍ଧଅନ୍ଧାରିକୋଟ ଗ୍ରାମକୁ ଯାଉଥିବାବେଳେ କେହି ହତ୍ୟା କରିଥିଲା । ଘଟଣାସ୍ଥଳଠାରୁ ୧୦୦ ମିଟର ଦୁରରେ ତାଙ୍କ ସାଇକେଲ ମିଳିଥିଲା । ଗତ କାଲି ଦଶପଲ୍ଲା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଆଜି ଶବ ବ୍ୟବଛେଦ କରାଯାଇଥିଲା । ଶବ ବ୍ୟବଛେଦ ସରିଲା ପରେ ଶ୍ରୀରାମପୁର ଗ୍ରାମବାସୀ ଦଶପଲ୍ଲା ଥାନା ଆଗରେ ଧାରଣା ଦେଇ ରାସ୍ତା ରୋକ କରିଥିଲେ । କିଏ ଓ କାହିଁକି ହତ୍ୟା କଲା ଓ ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବିରେ ପରିବାର ଲୋକଙ୍କ ସମେତ ଗ୍ରାମର ଶତାଧିକ ଲୋକ ଥାନା ଆଗରେ ଶବ ରଖି ଧାରଣାରେ ବସିଥିଲେ । ଏଥି ସହିତ କ୍ଷତି ପୁରଣ ଦାବି କରିଥିଲେ । ଘଟଣା ସ୍ଥଳରେ ନୟାଗଡ଼ ଏସଡିପିଓ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ବନ୍ଦ ହୋଇଥିଲା ।





