Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାହୁନି ବାହୁନି କାନ୍ଦୁଛି କନିଆ, ବାଜିଥାନ୍ତା ଢୋଲ ମହୁରୀ, କାନ୍ଦବୋବାଳିରେ ଫାଟି ପଡୁଛି ଗାଁ

by ସଞ୍ଜୟ ସ୍ୱାଇଁ
March 9, 2023
in Crime, State
ବାହୁନି ବାହୁନି କାନ୍ଦୁଛି କନିଆ, ବାଜିଥାନ୍ତା ଢୋଲ ମହୁରୀ, କାନ୍ଦବୋବାଳିରେ ଫାଟି ପଡୁଛି ଗାଁ
172
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଘରେ ଅପେକ୍ଷା କରିବସିଛି ମଙ୍ଗୁଳା କନ୍ୟା। ପାଦରେ ଅଳତା, ହାତରେ ମେହେନ୍ଦୀ ମାଖୀ ପ୍ରସ୍ତୁତ ହୋଇରହିଥିଲା । ପ୍ରେମିକକୁ ବିବାହ କରିବ ବୋଲି ବାପମାଆକୁ ପର କରି ଚାଲି ଆସିଥିଲା । ଆଜି ବାହାଘର ହୋଇଥାନ୍ତା। ହେଲେ ସବୁକିଛି ଓଲଟପାଲଟ ହୋଇଗଲା । ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ପ୍ରେମିକର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ଗାଁର ଯୁବକ ନିଶା ବେହେରା ବାଗଡ଼ିଆ ଥାନା ନୂଆଗାଁ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଏହାକୁ ସ୍ୱୀକୃତି ଦେଉ ନଥିଲେ ଝିଅର ପରିବାର ଲୋକ । ଫଳରେ ନିଶା ଭଲ ପାଉଥିବା ଯୁବତୀଙ୍କୁ ନିଜ ଘରକୁ ନେଇ ଆସିଥିଲେ। ନିଶାଙ୍କ ପରିବାର ଲୋକ ମଧ୍ୟ ଯୁବତୀଙ୍କୁ ବୋହୂ ଭାବରେ ଗ୍ରହଣ କରିଥିଲେ। ଆଜି ମନ୍ଦିରରେ ବାହାଘର ହୋଇଥାନ୍ତା । ଏଥିପାଇଁ ସମସ୍ତ ପ୍ରସ୍ତୁତି କରା ଯାଇଥିଲା । ତେବେ ହୋଲି ଦିନ ନିଶା ରଙ୍ଗଖେଳି ସାରି ମଧ୍ୟାହ୍ନରେ ଗାଁ ପାଖ ନାଳକୁ ଗାଧୋଇବାକୁ ଯାଇଥିଲେ । ପାଣିରେ ପଶିବା ପରେ ଆଉ ଉଠି ପାରିନଥିଲେ। ସାଙ୍ଗରେ ଯାଇଥିବା ଏକ ଛୋଟପିଲା ଘରକୁ ଆସି ଏ ସମ୍ପର୍କରେ ଖବର ଦେଇଥିଲା। ଘର ଲୋକ ତୁରନ୍ତ ନିଶାଙ୍କୁ ପାଣିରୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ନିଶାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ବାହୁନି ବାହୁନି କାନ୍ଦୁଛି କନିଆ । ଯେଉଁଘରେ ଆଜି ଢୋଲ ମହୁରୀ ବାଜିଥାନ୍ତା ସେହି ଘର କାନ୍ଦ ବୋବାଳିରେ ଫାଟି ପଡୁଛି । ପୁଅକୁ ହରାଇ ପରିବାର ଲୋକ କୋହ ସମ୍ଭାଳି ପାରୁ ନାହାନ୍ତି। ତେବେ ପାଣିରେ ବୁଡି ଯୁବକଙ୍କର ମୃତ୍ୟୁ ହୋଇଛି ବୋଲି କିଛି ଲୋକ କହୁଥିବା ବେଳେ ନାଳରେ ଲାଗିଥିବା ପାଣିପମ୍ପର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଆଉକିଛି ଲୋକ କହୁଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!