ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗ୍ରାମରୁ ଗତ ଶନିବାର ନିଖୋଜ ଶିଶୁ କନ୍ୟାର ଆଜି ମୃତଦେହ ଉଦ୍ଧାର କରାଯାଇଛି । ଗ୍ରାମ ନିକଟସ୍ଥ ପାହାଡ଼ରୁ ଗଳିତ ମୃତଦେହକୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ, ଉକ୍ତ ଗ୍ରାମର କୁନା ନାୟକଙ୍କ ଝିଅ ବେବି ନାୟକ(୬)ଗତ ଶନିବାର ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ବାଣିଗୋଚ୍ଛା ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨୯/୨୧ରେ ଏକ ମାମଲା ରୁଜୁ କରିଥିଲା । ଆଜି ନାବାଳିକାର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସନ୍ଦେହରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି ।





