ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ । ସ୍ଵାମୀ ଗୁରୁତର ଅବସ୍ଥାରେ ଉଦ୍ଧାର । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଶୈଳେନ୍ଦ୍ରୀ ମହାନ୍ତି । ଗୁରୁତର ସ୍ଵାମୀ ହେଲେ ଜୟସେନ ମହାନ୍ତି । ଜୟସେନ କାଚଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ ସ୍ତ୍ରୀ ଶୈଳେନ୍ଦ୍ରୀ ଜିଲ୍ଲା ବାହାରେ ଶିକ୍ଷକତା କରନ୍ତି । ବନ୍ଦ ଘରୁ ସ୍ତ୍ରୀଙ୍କ ମୃତଦେହ ମିଳିଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ବାମୀଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଉଭୟ ସ୍ବାମୀ-ସ୍ତ୍ରୀ ଏଭଳି ଆତ୍ମହତ୍ୟା ଉଦ୍ୟମ କରିବାର କାରଣ ଜଣାପଡିନଥିବା ବେଳେ ଅନଲାଇନ୍ ମନି ଗେମ୍କୁ ନେଇ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି ।





