ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୈାରାଞ୍ଚଳ ବାରମାସି ଦଣ୍ଡାର ଯୁବକ ଅମୂଲ୍ୟ ପରିଡ଼ା ବହୁ ସମୟରେ ରକ୍ତଦାନ କରି ଚର୍ଚ୍ଚାରେ ରହିଥିଲେ । ସମାଜ ପାଇଁ କିଛି କରିବାର ଆଗ୍ରହ ଏବଂ ପରୋପକାର ମନୋଭାବ ତାଙ୍କୁ ବେଶ ପରିଚିତ କରାଇଥିଲା । କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଗୁରତର ଫୁସ୍ଫୁସ୍ ସଂକ୍ରମଣ ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ଇସିଏମ୍ଓ ଚିକିତ୍ସା ନିମନ୍ତେ ତାଙ୍କୁ ବାହାରକୁ ନେବାକୁ ଅର୍ଥ ଯୋଗାଡ଼ ଚାଲିଥିବା ବେଳେ ଆଜି ସକାଳୁ ସେ ପରଲୋକ ପ୍ରାପ୍ତି ହୋଇଥିବା ଜଣାଯାଇଛି । ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।





