ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମରେ ଆଜି ଜଣେ ମହିଳାଙ୍କ ଶବ କୂଅରୁ ଉଦ୍ଧାର କରାଯାଇଛି । ଉକ୍ତ ଗାଁର ସୁମନ୍ତ ମହାନ୍ତିଙ୍କ ବାରିପଟ କୂଅରୁ ଶବ ଉଦ୍ଧାର କରାଯାଇଛି । ମୃତ ମହିଳା ଶୈଳବାଳା ଲେଙ୍କା (୪୬) । ଉକ୍ତ ଗାଁ ବିନୋଦ ବିହାରୀ ଲେଙ୍କାଙ୍କ ପôତୀ ଶୈଳବାଳା ସୁମନ୍ତ ମହାନ୍ତିଙ୍କୁ ଲକ୍ଷାଧିକ ଟଙ୍କା ସୁଧକୁ ଦେଇଥିଲେ । ବାରମ୍ବାର ଟଙ୍କା ମାଗିଥିବା ବେଳେ ସୁମନ୍ତ ଫେରାଉ ନଥିଲେ । ଯେଉଁଥିପାଇଁ ଗତକାଲିଠାରୁ ଶୈଳବାଳ ସୁମନ୍ତଙ୍କ ଘରକୁ ଆସି ଆଉ ଫେରିନଥିଲେ । ଗାଁ ଲୋକଙ୍କଠାରୁ ଖବରପାଇ ରାତିରେ ପୁଲିସ ଗାଁକୁ ଆସିଥିବା ଜଣାଯାଇଛି । ଆଜି ସକାଳୁ ତାଙ୍କ ଶବ ସୁମନ୍ତଙ୍କ ବାରିପଟ କୂଅରୁ ଉଦ୍ଧାର କରାଯାଇଛି । ଶୈଳବାଳାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିବା ବେଳେ ଇଟାମାଟି ପୁଲିସ ଘଟଣାର ଅନୁସନ୍ଧାନ କରୁଥିବା ସୂଚନା ମିଳିଛି ।





