Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଁ ମୁଣ୍ଡରେ ବୁଲୁଛନ୍ତି ମାଳ ମାଳ ହରିଣ

by ସଞ୍ଜୟ ସ୍ୱାଇଁ
July 14, 2023
in Feature News
ଗାଁ ମୁଣ୍ଡରେ ବୁଲୁଛନ୍ତି ମାଳ ମାଳ ହରିଣ
315
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ହରିଣମାନଙ୍କ ଗାଁ ଚିକିଲି। ରାତି ପାହିଲେ ହରିଣମାନେ ଦଳଦଳ ହୋଇ ଗାଁ ମୁଣ୍ଡକୁ ଚାରଣ ପାଇଁ ଚାଲି ଆସନ୍ତି। ଅତି ନିର୍ଭୟରେ ବୁଲନ୍ତି। ଦୌଡ଼ କୁଦ କରନ୍ତି। ଗାଁ ପୋଖରୀରେ ପାଣି ପିଇ ସନ୍ଧ୍ୟା ହେଲେ ଫେରି ଯାଆନ୍ତି। ଗାଁ ଲୋକେ ପାଳି କରି ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତି। ହରିଣଙ୍କ ପାଦେ ପାଦେ ଜଗି ଥାଆନ୍ତି ଗାଁ ଲୋକେ। ଏମିତି ଏକ ଭଲ ଖବର ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନାଞ୍ଚାଳରୁ। ସବୁଜିମା ଚକିଢ଼ିମ୍ୱିରା ଜଙ୍ଗଲରେ ପର‌୍ୟ୍ୟାପ୍ତ ପରିମାଣର ଖାଦ୍ୟ ରହିଛି। ତଥାପି ଖାଇବା ଆଶାରେ ସକାଳେ, ମଧ୍ୟାହ୍ନ ଓ ସନ୍ଧ୍ୟା ବେଳେ ବିଲ ମାଳକୁ ଡେଇଁ ଡେଇଁ ଚିକିଲି ଗାଁ ମୁଣ୍ଡକୁ ଧାଇଁ ଆସନ୍ତି ହରିଣ ପଲ। ହରିଣମାନେ ନିର୍ଭୟରେ ଗାଁ ମୁଣ୍ଡରେ ବୁଲନ୍ତି। ଦିନ ସାରା ବିଲରେ ଚାରଣ କରନ୍ତି। ସନ୍ଧ୍ୟା ବେଳେ ଲୁଣ ଚଟାଣରେ ଲୁଣ ଖାଇ ଜଙ୍ଗଲକୁ ଫେରିଯାଆନ୍ତି। ଅନେକ ସମୟରେ ହରିଣମାନେ ଗାଁ ମୁଣ୍ଡରେ ଥିବା ଚକାଠାକୁର ଉଦ୍ୟାନରେ ବୁଲାବୁଲି କରନ୍ତି। ତେଣୁ ଉଦ୍ୟାନକୁ ଆସୁଥିବା ପର‌୍ୟ୍ୟଟକମାନେ ହରିଣଙ୍କୁ ଦେଖି ବିମୋହିତ ହେଉଛନ୍ତି।

ହରିଣଙ୍କ ଆଗମନ ଦେଖି ଗାଁ ଲୋକେ ଧାନ ଅମଳ ପରେ ନିଜ ବିଲରେ ବିରି ଓ ମୁଗ ବୁଣି ଦେଇଛନ୍ତି। ଏଥିସହ ଶୋଷ ମେଣ୍ଟାଇବା ପାଇଁ ଗାଁ ମୁଣ୍ଡରେ ଦୁଇଟି ପୋଖରୀ ଖୋଳି ଦେଇଛନ୍ତି। ଲୁଣ ଚଟାଣ ମଧ୍ୟ କରାଯାଇଛି। ଏଥିରେ ବନ ବିଭାଗ ସହଯୋଗ କରିଥିବା ଗାଁ ଲୋକେ କହିଛନ୍ତି। ଚିକିଲି ଗାଁ ମୁଣ୍ଡରେ ପର‌୍ୟ୍ୟପ୍ତ ପରିମାଣର ଖାଦ୍ୟ ମିଳୁଥିବାରୁ ହରିଣମାନେ ନିର୍ଭୟରେ ଚାଲି ଆସୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଗାଁ ଲୋକେ ଆଗଭର ହୋଇଛନ୍ତି। ଶିକାରୀ ଓ ବୁଲା କୁକୁରଙ୍କ କବଳରୁ ବଞ୍ଚାଇବା ପାଇଁ ଗାଁ ଲୋକେ ହରିଣମାନଙ୍କୁ ପାଳି କରି ଜଗୁଛନ୍ତି। ହରିଣଙ୍କ ଆସିବା ସମୟ ହେଲେ ଜଗୁଆଳିଟିଏ ପରି ଗାଁ ଲୋକେ ଘରୁ ବାହାରି ଆସୁଛନ୍ତି। ଆଉ ହରିଣଙ୍କ ସୁରକ୍ଷାରେ ଲାଗି ପଡ଼ନ୍ତି। ଏଥିସହ ଗାଁ ମୁଣ୍ଡରେ ଗୋଟିଏ ୱାଚ୍ ଟାୱାର ନିର୍ମାଣ କରାଯାଇଛି। ବନ ବିଭାଗ କର୍ମଚାରୀଙ୍କ ସହି ଗାଁ ଲୋକେ ପାଳି କରି ଜଗୁଛନ୍ତି। ହରିଣଙ୍କ ଆଗମନ ନେଇ ଚିକିଲି ଗାଁର ଉତ୍ତମ ସ୍ୱାଇଁ କହିଛନ୍ତି, ଦୀର୍ଘ ବର୍ଷ ହେଲା ହରିଣମାନେ ଆମ ଗାଁକୁ ଆସୁଛନ୍ତି। ଶିକାରୀ ଓ କୁକୁରଙ୍କ କବଳରୁ ହରିଣଙ୍କୁ ସୁରକ୍ଷା ଦେବା ପାଇଁ ଆମେ ପାଳି କରି ଜଗୁଛୁ। ବନ ବିଭାଗ ପକ୍ଷରୁ ଗାଁରେ ଗୋଟିଏ ଟାୱାର କରାଯାଇଛି। ହରିଣଙ୍କ ପାଣି ପିଇବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ହରିଣମାନେ ଆସୁଥିବାରୁ ଦୂରଦୂରାନ୍ତରୁ ଲୋକମାନେ ଆମ ଗାଁକୁ ବୁଲିବା ପାଇଁ ଆସୁଛନ୍ତି। ଏହା ଦେଖି ଆମକୁ ଖୁସି ଲାଗୁଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ସେହିପରି ଗାଁର ଭାସ୍କର ଗୌଡ କହିଛନ୍ତି, ୪ ବର୍ଷ ହେଲା ଗାଁ ଲୋକେ ହରିଣଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଖାଦ୍ୟର ବ୍ୟବସ୍ଥା କରିବା ପାଇଁ ବିଲରେ ବିରି, ମୁଗ ଓ ମାଣ୍ଡିଆ ବୁଣା ଯାଉଛି। ସେୟାକୁ ଖାଇବା ପାଇଁ ହରିଣମାନେ ଆସୁଛନ୍ତି। ନିର୍ଭୟରେ ହରିଣମାନେ ଗାଁ ମୁଣ୍ଡରେ ବୁଲି ଫେରି ଯାଉଛନ୍ତି ବୋଲି ଶ୍ରୀ ଗୌଡ଼ କହିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!