Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମ୍ବାଦିକଙ୍କ ମୃତଦେହ ହ୍ରଦରୁ ମିଳିଲା, ଫେସବୁକ ଆକାଉଣ୍ଟରେ ଅନେକ ପ୍ରସଙ୍ଗ ପୋଷ୍ଟ କରିଥିଲେ

by ସଞ୍ଜୟ ସ୍ୱାଇଁ
August 28, 2024
in NATIONAL NEWS, WORLD
ସାମ୍ବାଦିକଙ୍କ ମୃତଦେହ ହ୍ରଦରୁ ମିଳିଲା, ଫେସବୁକ ଆକାଉଣ୍ଟରେ ଅନେକ ପ୍ରସଙ୍ଗ ପୋଷ୍ଟ କରିଥିଲେ
156
VIEWS
Share on FacebookShare on Twitter

ବାଂଲାଦେଶ, (ବାଘୁଆବାର୍ତ୍ତା): ଜଣେ ୩୨ ବର୍ଷୀୟ ମହିଳା ସାମ୍ବାଦିକଙ୍କ ମୃତଦେହ ବାଂଲାଦେଶର ଗୋଟିଏ ହ୍ରଦରୁ ମିଳିଛି। ମୃତ ସାମ୍ବାଦିକ ଜଣଙ୍କ ହେଲେ ସାରା ରହନୁମା। ସେ ଗୋଟିଏ ବେଙ୍ଗଲି ନ୍ୟୁଜ ଚ୍ୟାନେଲରେ ନ୍ୟୁଜ ରୁମ ଏଡିଟର ଭାବେ କାମ କରୁ‌ଥିଲେ। ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ରହନୁମାଙ୍କ ମୃତଦେହ ଢାକାର ହାତିରଝିଲ ହ୍ରଦରେ ଭାସୁଥିଲା। ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତିଙ୍କ ନଜର ରହନୁମାଙ୍କ ଉପରେ ପଡ଼ିଥିଲେ। ସେ ତୁରନ୍ତ ତାଙ୍କୁ ପାଣିରୁ ଉଦ୍ଧାର କରି ଢାକା ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରହନୁମାଙ୍କ ମୃତଦେହ ମିଳିବା ପୂର୍ବରୁ ସେ ମଙ୍ଗଳବାର ରାତି ୧୦.୨୪ ଓ ୧୦.୩୬ରେ ନିଜ ଫେସବୁକ ଆକାଉଣ୍ଟରେ ଦୁଇଟି ପୋଷ୍ଟ କରିଥିଲେ। ସେ ଫହିମ ଫୈଜଲ ନାମକ ଜଣେ ବ୍ୟକ୍ତିଙ୍କୁ ଏହା ଟ୍ୟାଗ କରିଥିଲେ। ସେ ପ୍ରଥମ ପୋଷ୍ଟରେ ଲେଖିଥିଲେ ଯେ “ମୃତ୍ୟୁର ଅନୁରୂପ ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ।” ଦ୍ୱିତୀୟ ପୋଷ୍ଟରେ ସେ ଓ ଫୈଜଲ ବାଂଲାଦେଶ ପତାକାକୁ ମୁଣ୍ଡରେ ବାନ୍ଧି ଢାକା ବିଶ୍ୱ ବିଦ୍ୟାଳୟ ବାହାରେ ଛିଡ଼ା ହୋଇଛନ୍ତି। ସେ ଏଥିରେ ଲେଖିଛନ୍ତି, “ତୁମ ଭଳି ବନ୍ଧୁ ପାଇବା ବହୁତ ଭଲ। ଉପରବାଲା ତମକୁ ସବୁବେଳେ ଆଶୀର୍ବାଦ କରନ୍ତୁ। ଆଶା ତୁମେ ତୁମର ସବୁ ସ୍ୱପ୍ନକୁ ଖୁବଶୀଘ୍ର ପୂରଣ କରିବ। ମୁଁ ଜାଣିଛି ଆମେ ଏକାଠି ଅନେକ ଯୋଜନା କରିଥିଲେ। କିନ୍ତୁ ଦୁଃଖର କଥା ଆମେ ଆମର ଯୋଜନାକୁ ପୂରଣ କରିପାରିଲେ ନାହିଁ। ତୁମ ଜୀବନର ଚଲା ପଥରେ ଉପରବାଲା ତୁମକୁ ସାହା ହୁଅନ୍ତୁ।” ରାତି ପ୍ରାୟ ୧୧.୨୫ରେ ଫୈଜଲ ପୋଷ୍ଟରେ କମେଣ୍ଟ କରି ରହନୁମାଙ୍କୁ ଓଲଟା ସିଧା କିଛି ନ କରିବାକୁ ଅନୁରୋଧ କରିଥିଲେ। ହେଲେ ରାତି ୨ଟା ବେଳକୁ ରହନୁମାଙ୍କ ମୃତଦେହ ମିଳିଛି। ପୁଲିସ୍‌ କହିଛି ଯେ ଏବେ ଘଟଣା ତଦନ୍ତ ଚାଲିଛି। ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!