ଟାଙ୍ଗି, (ବାଘୁଆବାର୍ତ୍ତା): ୪ ବର୍ଷର ଶିଶୁ ନିଖୋଜ ହେବାର ୪ ଦିନ ପରେ ମିଳିଲା ନିଖୋଜ ଶିଶୁର ପତ୍ତା । ଗାଁ ନିକଟସ୍ଥ ଅନ୍ୟ ଏଜ ପଥର ଖଣିରୁ ମିଳିଲା ଶିଶୁର ଶବ । ହାତ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଅଛି ଶବ । ପୋଲିସ ପ୍ରଶାସନ ଗତ ୪ ଦିନ ହେଲା ଅପରେସନ ଚଳାଇଥିଲେ ମଧ୍ୟ୍ୟ ଠାବ କରିପାରିନଥିଲା ନିଖୋଜ ଶିଶୁଙ୍କୁ । ଗତ ୧୭ ତାରିଖ ଦିନ ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ଉଜ୍ୱଳା ଗୋପିନାଥ ପୁର ର ସୁବାସ ପ୍ରଧାନଙ୍କ ପୁତ୍ର ସୌମ୍ୟ ରଂଜନ ପ୍ରଧାନ, ରାହୁଲ୍ (୪ବର୍ଷ) ସମ୍ପର୍କୀୟ ଜେଜେଙ୍କ ସହ ଗାଁ ନିକଟସ୍ଥ ଖଣି କୁ ଗାଧୋଇବାକୁ ଯାଇଥିଲା । ଗାଧୋଇବାକୁ ଯାଇ ଦିନ ୧୧ଟା ଠାରୁ ଘରକୁ ଫେରିନଥିଲା ରାହୁଲ । ଏ ନେଇ ପରିବାର ଲୋକେ ଫାଣ୍ଡି ରେ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଦଳ ଘଟଣା ସ୍ଥଳକୁ ଯାଇ ବହୁ ଖୋଜାଖୋଜି କରିଥିଲେ । ନାବାଳକ ରାହୁଲ ଗାଧୋଇବାକୁ ଯାଇଥିବା ଖଣିରେ ତନ୍ନ ତନ୍ନ କରି ଖୋଜିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ନିକଟସ୍ଥ ଜଙ୍ଗଲ, କୂଅ, ପୋଖରୀରେ ମଧ୍ୟ୍ୟ ତଲାସ କରିଥିଲେ ମଧ୍ୟ୍ୟ ସଫଳ ହୋଇ ପାରିନଥିଲେ । ଆଜି ଗାଁ ନିକଟରେ ଥିବା ଅନ୍ୟ ଏକ ପଥର ଖଣିରେ ଶିଶୁର ଶବ ଉଦ୍ଧାର ହୋଇଛି । ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏହି ଘଟଣାରେ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।





