Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଦ ଘରୁ ମିଳିଲା ଏନ୍.ଆଇ.ସି. ର ପୂର୍ବତନ ନିର୍ଦ୍ଦେଶକଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
August 3, 2023
in Crime, State
ବନ୍ଦ ଘରୁ ମିଳିଲା ଏନ୍.ଆଇ.ସି. ର ପୂର୍ବତନ ନିର୍ଦ୍ଦେଶକଙ୍କ ମୃତଦେହ
102
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବନ୍ଦ ଘରୁ ଉଦ୍ଧାର ହେଲା ମୃତଦେହ । ଏନ୍.ଆଇ.ସି. ର ପୂର୍ବତନ ଟେକ୍ନିକାଲ୍ ଡାଇରେକ୍ଟର ଶ୍ରବଣ କୁମାରଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଶ୍ରୀ ବିହାର ଅଞ୍ଚଳରୁ ମିଳିଛି ମୃତଦେହ । ହୃଦଘାତ୍ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ । କିଛି ଦିନ ତଳେ ନିଜ ଚାକିରିରୁ ନେଇଥିଲେ ଅବସର। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀ ବିହାର ଅଞ୍ଚଳରେ ଥିବା ସ୍ମୃତି ଭିଲାରେ ନ୍ୟାସନାଲ୍ ଇନ୍‌ଫରମେଟିକ୍ ସେଣ୍ଟରର ପୂର୍ବତନ ଟେକନିକାଲ୍ ଡାଇରେକ୍ଟରଙ୍କ ମୃତ୍ୟୁ ଘଟିଛି। ଆପର୍ଟମେଣ୍ଟର କେୟାର ଟେକରଙ୍କ ଅନୁଯାୟୀ, ବୁଧବାର ଦିନ ଫ୍ଲାଟ୍ ମେଣ୍ଟେନାନ୍ସ ଟଙ୍କା ମାଗିବାକୁ ଆସି କବାଟ ବାଡ଼େଥିଲେ । କିନ୍ତୁ କେହି ବି କବାଟ ଖୋଲିନଥିଲେ । ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ ପିସିଆର ଓ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ୍ କବାଟ ଭାଙ୍ଗି ଭିତରକୁ ପଶିବା ପରେ ଶ୍ରବଣ କୁମାରଙ୍କୁ ବସିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରାଥମିକ ତଦନ୍ତରେ ଏହା ହୃଦଘାତ ବୋଲି ସନ୍ଦେହ କରାଯାଉଛି । ମୃତ ଶ୍ରବଣ କୁମାରଙ୍କ ବୟସ ପାଖାପାଖି ୬୧ ବର୍ଷ ହୋଇଥିବା ସୂଚନା ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!