Wednesday, September 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
April 5, 2025
in Crime, State
ପୋଲତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର
61
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଳଭଦ୍ରପୁର ଗାଁ ନିକଟ ପୋଲତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସେହି ଗାଁର ପ୍ରତିମା ନାଏକ । ଘଟଣା ସ୍ଥଳରୁ ପୋଲିସ୍ ଏକ ସୁଇସାଇଡାଲ ନୋଟ୍ ଜବତ କରିଥିବାରୁ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କେନ୍ଦୁଝର ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ତିନି ଭଉଣୀଙ୍କ ମଧ୍ୟରୁ ସବୁଠାରୁ ସାନ ପ୍ରତିମା । ରୋଜଗାରକ୍ଷମ ହେବା ପାଇଁ ନିଜର ପ୍ରୟାସ ଜାରି ରଖିଥିଲେ । କେତେକ ସଂସ୍ଥାରେ ସେ ଆଗରୁ କାମ ମଧ୍ୟ କରିଥିଲେ । ତେବେ ଗତ ମଙ୍ଗଳବାର ଠାରୁ କୌଣସି ଏକ କାର୍ଯ୍ୟର ପ୍ରଶିକ୍ଷଣ ନେବାପାଇଁ ସେ ଦେବଗଡ଼ ଯାଇଥିଲେ । ଆଜି ସକାଳେ ତାଙ୍କ ମୃତଦେହ ପୋଲ ତଳେ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ସେଠାରେ ପହଞ୍ଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରୁ ପୋଲିସ ଏକ ସୁଇସାଇଡାଲ ନୋଟ୍ ଜବତ କରିଥିବାରୁ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ମୃତ ପ୍ରତିମାଙ୍କ ବେକରେ ପ୍ଲାଷ୍ଟିକ ଦଉଡ଼ିର ଏକ ଖଣ୍ଡ ବନ୍ଧା ହୋଇଥିବା ବେଳେ, ଆଉ ଏକ ଖଣ୍ଡ ପୋଲର ଉପର ଭାଗରୁ ତଳକୁ ଝୁଲୁଥିବା ଦେଖିବାକୁ ମିଳିଛି । ଯୁବତୀ ଜଣକ ବେକରେ ଦଉଡ଼ି ବାନ୍ଧି ପୋଲରୁ ତଳକୁ ଡେଇଁବା ସମୟରେ ଦଉଡ଼ିଟି ଛିଣ୍ଡି ଯାଇଥିବ ବୋଲି ଅନୁମାନ କରୁଛି ପୋଲିସ । ତେବେ ସୁଇସାଇଡାଲ ନୋଟ୍ ରେ କ’ଣ ଉଲ୍ଲେଖ ରହିଛି ତାହା ପୋଲିସ ସ୍ପଷ୍ଟ କରିନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!