Sunday, May 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁକୁଳା ଡ୍ରେନ୍ରେ ଭାସୁଥିଲା ମୃତଦେହ, ମିଳିନି ପରିଚୟ

by ସଞ୍ଜୟ ସ୍ୱାଇଁ
May 17, 2025
in State
ମୁକୁଳା ଡ୍ରେନ୍ରେ ଭାସୁଥିଲା ମୃତଦେହ,  ମିଳିନି ପରିଚୟ
65
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପୁଣି ମୁକୁଳା ଡ୍ରେନ୍ରେ ଗଲା ଜୀବନ । ପୁରୀ ରେଳ ଷ୍ଟେସନ ସମ୍ମୁଖରେ ଥିବା ମୁକୁଳା ଡ୍ରେନ୍ରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । କୁମ୍ଭାରପଡ଼ା ଥାନା ପୋଲିସ ସହିତ ସିଟି ଡିଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଡ୍ରେନ୍ ନିକଟରେ ଏକ ମଦ ଦୋକାନ ଥିବାରୁ ମୃତକ ଜଣକ ଅତ୍ୟଧିକ ନିଶା ସେବନ କରି ଡ୍ରେନ୍ ଭିତରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ମୃତକଙ୍କ ଘର କେଉଁଠି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତଦେହ ଡ୍ରେନ୍ ଭିତରେ ଭାସୁଥିଲା ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । ସେପଟେ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ସହରରେ ଥିବା ଅନେକ ମୁକୁଳା ଡ୍ରେନ୍ରେ ସ୍ଲାବ୍ ପକାଯିବା ନେଇ ପ୍ରଶାସନିକ ଅଧିକାରୀ ମାନେ ଆରଡିସିଙ୍କ ସମ୍ମୁଖରେ କହିଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପୂର୍ବରୁ ମୁକୁଳା ଡ୍ରେନ୍ରେ ପଡ଼ି ଅନେକ ନୀରିହ ଲୋକ ପ୍ରାଣ ହରାଇଛନ୍ତି । ଆଗକୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସୁଥିବାରୁ ମୁକୁଳା ଡ୍ରେନ୍ରେ କେବେ ସ୍ଲାବ୍ ପଡିବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!