ଭଦ୍ରକ (ବାଘୁଆବାର୍ତ୍ତା): ଜୁଆର ପାଣିରେ ଭାସିଯାଇ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡଦିଆ ପଞ୍ଚାୟତ ରାଜରାଜେଶ୍ୱରପଲ୍ଲୀ ଗାଁରେ ଘଟିଛି । ମୃତ ଶିଶୁ ଜଣକ ହେଲେ ହରିପଦ ବିଜୁଳିଙ୍କ ୩ ବର୍ଷର ଝିଅ ଶୁଭଶ୍ରୀ । ବାତ୍ୟା ୟାସ ଯୋଗୁ ରାଜରାଜେଶ୍ୱରପଲ୍ଲୀ ଗାଁ ଭିତରକୁ ପଶି ଆସିଥିଲା ଜୁଆର ପାଣି ଗାଁକୁ ଜୁଆର ପାଣି ଘେରି ରହିଛି । ଏପରିକି ଲୋକଙ୍କ ଘର ଦୁଆର ମୁହଁରେ ପାଣି ଜମି ରହିଛି । ଗାଁ ରାସ୍ତାରେ ୩ ଫୁଟରୁ ୪ ଫୁଟର ପାଣି ଜମି ରହିଛି । ତେବେ ହରିପଦ ଓ ତାଙ୍କ ସ୍ତ୍ରୀ ଘର କାମରେ ବ୍ୟସ୍ତ ଥିବା ବେଳେ ହଠାତ ୩ ବର୍ଷର ଶିଶୁ ଶୁଭଶ୍ରୀ ପାଣିରେ ପଡି ଭାସିଯାଇଥିଲେ । ତେବେ ସଙ୍ଗେ ସଙ୍ଗେ ବାପା ଓ ମା’ ଏହା ଦେଖି ଝିଅକୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଲୋକମାନେ ତାଙ୍କ୍ୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।






