ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଘଟଣ । ବାଇଗଣ ବିଲରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଟାକରା ସ୍ଥିତ ରଥିପୁର ଗ୍ରାମ ନିକଟସ୍ଥ ଏକ ବାଇଗଣ ପଦାରୁ ଜଣେ ମହିଳାଙ୍କ ଗଳିତ ଶବକୁ ମଙ୍ଗଳବାର ଦିନ ଦଶପଲ୍ଲା ପୋଲିସ ଉଦ୍ଧାର କରିଛି । ମହିଳା ଜଣଙ୍କ ହେଉଛନ୍ତି ସେହି ଗ୍ରାମର ସବିତା ନାଏକ (୩୫) ସ୍ୱାମୀ-ପୂର୍ଣ୍ଣଚନ୍ଦ୍ର ନାଏକ ବୋଲି ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ ସବିତା କୌଣସି କାରଣରୁ ରବିବାର ଦିନ ଘରୁ ବାହାରି କେଉଁଆଡେ ଚାଲି ଯାଇଥିଲେ । ଘର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିବା ପରେ କେଉଁଠାରେ ନ ପାଇବାରୁ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ । ସୋମବାର ଦିନ ଏକ ବାଇଗଣ ପଦାରେ ମରି ପଡିଥିବା ଦେଖିବାକୁ ପାଇଥିଲେ । ପରେ ଥାନାରେ ଜଣାଇବା ପରେ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ମାମଲା ୨୨/୨୩ ରେ ରୁଜୁ କରି ମଙ୍ଗଳବାର ଦିନ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଜାଣିବାକୁ ବାକି ରହିଛି ।





