ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀ ଗାଁର ଜଣେ ବ୍ୟକ୍ତିଙ୍କ ମୃତଦେହ ଘରୁ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଦୀପ ନାୟକ। ପୁଲିସ ପ୍ରଦୀପଙ୍କ ଭାଉଜଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରଦୀପଙ୍କ ସ୍ତ୍ରୀ ଓ ଭାଇଙ୍କର ଦୀର୍ଘଦିନ ହେଲା ମୃତ୍ୟୁ ଘଟିଛି। ଉଭୟଙ୍କର ମୃତ୍ୟୁ ପରେ ଦିଅର ଭାଉଜ ଏକାଠି ଗୋଟେ ଘରେ ରହୁଥିଲେ। ଆଜି ସକାଳେ ପ୍ରଦୀପଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପ୍ରଦୀପଙ୍କ ଆଖି ଓ ନାକରୁ ରକ୍ତ ବାହାରୁଥିବା ବେଳେ ପାଟିରୁ ଫେଣ ବାହାରୁଥିଲା। ପ୍ରଦୀପଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ତେବେ ପ୍ରଦୀପଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ପ୍ରଦୀପଙ୍କର ୯ବର୍ଷର ପୁଅଟିଏ ରହିଛି।





