ନୟାଗଡ଼ (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୀରେଇଟାଙ୍ଗିରୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ବୁଡି ୬ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି । ମୃତ ହେଲେ ଚନ୍ଦ୍ରମଣି ନାଏକଙ୍କ ଝିଅ ଲତିକା ରାଣୀ ନାଏକ । ସୂଚନାନୁସାରେ, ଶିଶୁ କନ୍ୟା ନିଜ ଖୁଡ଼ି ସହିତ ଘର ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ବୁଡି ଯାଇଥିଲା । ପରିବାର ଲୋକେ ପୋଖରୀ ଭିତରୁ ଶିଶୁ କନ୍ୟାକୁ ଉଧାର କରି ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲ କୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ କରାଇଛି । ଏନେଇ ତୁରୁମୁଙ୍ଗା ଥାନାରେ ୧୩/୨୧ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।






