ଦଶରଥପୁର, (ବାଘୁଆବାର୍ତ୍ତା): ଭଡା ଘରୁ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର। ମଙ୍ଗଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ଭଡା ଘରେ ରହି ମଙ୍ଗଳପୁର ବଜାରରେ ଷ୍ଟେସନାରୀ ବ୍ୟବସାୟୀ (ଡାକ ନାମ ଅଟଳ) ଙ୍କ ମୃତ ଦେହକୁ ତାଙ୍କ ଭଡାଘରୁ ପଡୋଶୀ ଠାବ କରିଥିଲେ । ଖବର ଜଣାପଡିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମରିତ ଅଟଳଙ୍କ ପତ୍ନୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା କରିଛି । ଆଜି ରାତି ପ୍ରାୟ ୧ ଟା ସମୟରେ ଉକ୍ତ ଭଡା ଘର ଅନ୍ୟ ଏକ କୋଠରୀରେ ରହୁଥିବା ମୃତକଙ୍କ ଜଣେ ସମ୍ପର୍କୀୟା ମହିଳା ଘରର ମାଲିକଙ୍କୁ ଡାକି ଅଟଳ ଗଁଅ ଗଁଅ ଶବ୍ଦ କରୁଥିବା କହିଥିଲେ । ଘର ମାଲିକ ଏବଂ କିଛି ପଡ଼ୋଶୀ ଘର ଭିତରେ ଥିବା ମୃତ ଅଟଳଙ୍କ ପତ୍ନୀଙ୍କୁ ଡାକିଥିଲେ । ପତ୍ନୀ କବାଟ ଖୋଲିବାରୁ ଅଟଳଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ ନିକଟସ୍ଥ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯିବା ସହିତ ମଙ୍ଗଳପୁର ଥାନାକୁ ଅବଗତ କରାଯାଇଥିଲା । ପୋଲିସ ମେଡିକାଲ ଏବଂ ଉକ୍ତ ଭଡା ଘରକୁ ଯାଇ ଘଟଣାର ଅଧିକ ତଦନ୍ତ କରୁଥିବାବେଳେ ଅଟଳଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଥିବା ଜଣାଯାଇଛି। ବିଜେପି ନେତ୍ରୀ ମମତା କୁଂଅରଙ୍କୁ ଥାନାରେ ଅଟକ ରଖାଯାଇଛି।





