Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୭ ମାର୍ଚ୍ଚ ବିଧାନସଭା ଘେରାଓ ପାଇଁ ନୟାଗଡ ଡିସିସି ପ୍ରସ୍ତୁତି ବୈଠକ

by ସଞ୍ଜୟ ସ୍ୱାଇଁ
March 22, 2025
in Nayagarh, State
୨୭ ମାର୍ଚ୍ଚ ବିଧାନସଭା ଘେରାଓ ପାଇଁ ନୟାଗଡ ଡିସିସି ପ୍ରସ୍ତୁତି ବୈଠକ
234
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ରାଜ୍ୟ ରେ ସ୍କୁଲ କଲେଜ ଛାତ୍ରୀ ଏବଂ ନାରୀ ମାନଙ୍କୁ ନ୍ୟାୟ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ଆଗାମୀ ୨୭ ମାର୍ଚ୍ଚ ଗୁରୁବାର ବିଧାନସଭା ଘେରାଓ ପାଇଁ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପିସିସି ପର୍ଯ୍ୟବେକ୍ଷକ ଶ୍ରୀ ମାନସ ଆଚାର୍ଯ୍ୟ, ଅମ୍ରିତା ଦାସ ଯୋଗଦେଇ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ ଏଯାଏଁ ୫୫ ଛାତ୍ରୀ ଗଣଧର୍ଷଣ ଶିକାର ଏବଂ ପ୍ରାୟ ୧୫00 ନାବାଳିକା ମହିଳା ନିଖୋଜ ଏବଂ ଗଣଦୁଷ୍କର୍ମ ଶିକାର ହୋଇଥିବାରୁ କଂଗ୍ରେସ ଏହାର ତଦନ୍ତ ପାଇଁ ବିଧାନସଭା ରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ସହ ଗୃହ କମିଟି ଗଠନ ପାଇଁ ଦାବୀ ଉତ୍ଥାପନ କରିବା ବେଳେ କଂଗ୍ରେସ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ ଉପରେ ଆକ୍ରମଣ l ଗୃହରୁ ୭ ଦିନ ପାଇଁ ନିଲମ୍ବନ ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଘେରାଓ କରାଯାଇ ରାଜ୍ୟ ବାସୀଙ୍କୁ ମହିଳା ବିରୋଧୀ ବିଜେପି ସରକାର ବାର୍ତା ଦିଆଯିବ ବୋଲି ପିସିସି ପର୍ଯ୍ୟବେକ୍ଷକ ଶ୍ରୀମତୀ ଦାସ ମତବ୍ୟକ୍ତ କରିଥିଲେ l ଏହି ଘେରାଓ କାର୍ଯ୍ୟକ୍ରମରେ ଜିଲ୍ଲାରୁ ପ୍ରାୟ ୧000 କର୍ମୀ ଯୋଗ ଦେବେ ବୋଲି ବରିଷ୍ଠ ନେତା ପୂର୍ବତନ ସାଂସଦ ନକୁଳ ନାୟକ କହିଥିଲେ l ନୟାଗଡ କଲେଜ ଛାତ୍ରୀ ମୃତ ଶିଶୁ ଜନ୍ମ କରିବା ପ୍ରସଙ୍ଗରେ କଲେଜ କର୍ତୃପକ୍ଷ ଏଯାଏଁ କାହା ଚାପରେ ଏତଲା ଦେଉ ନାହାଁନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ଶ୍ରୀ ରଣଜିତ ଦାଶ ପ୍ରଶ୍ନ କରି ଦଳ ଆଗକୁ ଏହା ଗୁରୁତ୍ୱ ର ସହ ନେବ ବୋଲି କହିଛନ୍ତି l ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି କଂଗ୍ରେସ ଅଭିଯୋଗ କରିଛି l ଏହି ପ୍ରସ୍ତୁତି ବୈଠକ ରେ ରଣପୁର କଂଗ୍ରେସ ପ୍ରାର୍ଥୀ ଶ୍ରୀ ବିଭୁପ୍ରସାଦ ମିଶ୍ର, ଖଣ୍ଡପଡା ପ୍ରାର୍ଥୀନୀ ବୈଜୟନ୍ତୀମାଳା ମହାନ୍ତି, ବରିଷ୍ଷ୍ଠ ନେତା ହୁସେନ ଖାନ, ଯୁବ ଆଇଏନଟିୟୁସି ରାଜ୍ୟଶାଖା ସଭାପତି ସତ୍ୟବ୍ରତ ନାୟକ ଏବଂ ପ୍ରତ୍ୟେକ ବ୍ଲକ କଂଗ୍ରେସ ସଭାପତି, ବିଭିନ୍ନ ଛାମୁଆ ସଂଗଠନ ମୁଖ୍ୟ ମାନେ ଏହି ବୈଠକ ରେ ଉପସ୍ଥିତ ଥିଲେ l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!