ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ୯ଟି ଥାନା ଅଧିକାରୀଙ୍କୁ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର କିଛି ଦିନ ତଳେ ବଦଳି କରିଥିବା ବେଳେ ଆଜି ସୁଦ୍ଧା ଅନେକ ଥାନା ଅଧିକାରୀ ନୂଆ ଥାନା ଦାୟିତ୍ୱ ଗ୍ରହଣ କରି ସାରିଛନ୍ତି । କିଛିଦିନ ତଳେ ଚାନ୍ଦପୁର ଥାନା ଅଧିକାରୀ ଭାବେ ରଶ୍ମି ରଂଜନ ଦାଶ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ରଣପୁର ଥାନା ଅଧିକାରୀ ଭାବେ ଜ୍ୟୋତି ପ୍ରକାଶ ପଣ୍ଡା ଦାୟିତ୍ୱ ଗ୍ରହଣ କରିଥିଲେ । ସେହିଭଳି ଭାବେ ଆଜି ଗଣିଆ ଥାନା ଅଧିକାରୀ ଭାବେ ଏସ୍ଆଇ ଜେ.ପି ପରିଡ଼ା ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଇଟାମାଟି ଥାନା ଅଧିକାରୀ ଭାବେ ଦିପକ ଖଣ୍ଡାୟତରାୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଖୁବଶୀଘ୍ର ଅନ୍ୟ ଥାନା ଅଧିକାରୀମାନେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାଯାଇଛି ।






