ନୟାଗଡ଼,(ବାଘୁଆବାର୍ତ୍ତା): ବୀର ବଜରଙ୍ଗି ଭଲିବଲ୍ ଆସୋସିଏସନ୍ ପକ୍ଷରୁ ବାଉଁସିଆପଡ଼ା ସ୍କୁଲ ପଡ଼ିଆ ପରିସରରେ ଦିନିକିଆ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା କାଲି ୧୪ତାରିଖ ଅପରାହ୍ଣ ଠାରୁ ଖେଳ ଆରମ୍ଭ ହେବ । ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଇଷ୍ଟ କଷ୍ଟ ରେଲୱେ, କେରଙ୍ଗ, ଜଟଣୀ, ନିମାପଡ଼ା, ଇଟାମାଟି, ବାଇଗୁଣିଆ, ଭିନପୁର(ଖୋର୍ଦ୍ଧା) ଓ ଘରୋଇ ବାଉଁସିଆପଡ଼ା ଭଲିବଲ୍ କ୍ଲବ ସାମିଲ ହେବାର ସୂଚନା ମିଳିଛି । ଏହି ଦିବାରାତ୍ର ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।






