ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ନୟାଗଡ଼ ଡିଏଭ ପକ୍ଷରୁ ଅନ୍ଲାଇନ ଦ୍ୱାରା ଶିକ୍ଷାଦାନବ ଚାଲୁ ରହିଛି । ଡିଏଭି ଅଧ୍ୟକ୍ଷା ଡ. ସବିତା ପଣ୍ଡାଙ୍କ ତତ୍ୱାବଧାନରେ ଚାଲିଥିବା ଏହି ଶିକ୍ଷା ପ୍ରକିୟାରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ଅଭିଭାବକଙ୍କ ଉଦ୍ୟମକୁ ଅଧ୍ୟକ୍ଷା ପ୍ରଶଂସା କରିଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଘରେ ରହି ନିରାପଦରେ ଶିକ୍ଷା ଗ୍ରହଣ କରୁଥିବା ଜଣାଯାଇଛି ।






