ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ନୂତନ ଡି.ଏ.ଭି. ସ୍କୁଲ ନିକଟରେ ନୂତନ ରାସ୍ତା ନିର୍ମାଣ ନିମନ୍ତେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଭୂମି ପୂଜନ କରିଛନ୍ତି । ଉକ୍ତ ରାସ୍ତା ସଦର ଥାନା ଠାରୁ କ୍ଷେତ୍ରିବରପୁର-ଖଣ୍ଡୁଗାଁ ରାସ୍ତା ପର୍ଯ୍ୟନ୍ତ ନିର୍ମାଣ ହେବ । ଦୁଇ ଲେନ ବିଶିଷ୍ଟ ଉକ୍ତ ରାସ୍ତା ନିର୍ମାଣ କରାଯିବ । ସଦର ଥାନା ଠାରୁ ଅଢ଼େଇ କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ହେବ । ଏହି କାର୍ଯ୍ୟକ୍ରମରେ ପୁର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ ବେହେରା, କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ଅଭିଷେକ ଓଝା, ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ଶତପଥୀ, ଡି.ଏ.ଭି. ସ୍କୁଲର ପ୍ରିନ୍ସପାଲ ସରୋଜ କୁମାର ମିଶ୍ର, ନୟାଗଡ଼ ପୌରଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ଲକ୍ଷ୍ମୀଧର ମହାପାତ୍ର, ଜାନକୀ ବଲ୍ଲଭ ଜେନା ଓ ସ୍ୱୟଂପ୍ରଭା ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।






