ଡିଏଭି ସ୍କୁଲ ବାର୍ଷିକ ଉତ୍ସବ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଡିଏଭି ସ୍କୁଲ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସ୍କୁଲ ପ୍ରିନ୍ସପାଲ୍ ସରୋଜ କୁମାର ମିଶ୍ରଙ୍କ ଆବାକହତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଡିଏଭି ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଶାସକ ହେମନ୍ତ କୁମାର ପାଢ଼ୀ ଯୋଗ ଦେଇ ପରିଚୟ ପ୍ରଦାନ ସହ ବିଦ୍ୟାଳୟ ଉନ୍ନତି ପାଇଁ କରାଯାଇଥିବା ଯୋଜନା ଏବଂ କାର୍ଯ୍ୟକାରୀ ଯୋଜନା ସମ୍ପର୍କରେ ଆଲୋଚନା ରଖିଥିଲେ । ଅନ୍ୟତମ ଅତିଥି ଭାବେ ପୋଖରୀପୁଟ ଡିଏଭି ପ୍ରିନ୍ସିପାଲ୍ ବିପିନ କୁମାର ସାହୁ ଯୋଗ ଦେଇଥିଲେ ।

ଡିଏଭି ଅଧ୍ୟାପିକା ସ୍ମରଣିକା ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡ. ସାହୁ ଛୁଆ ଜନ୍ମ ହେବା ପରେ ମା ଛୁଆ ହେବା ଆବଶ୍ୟକ ଏବଂ ବାପା ମା’ର ଭୂମିକା ନେବା ଆବଶ୍ୟକ ବୋଲି କହିଥିଲେ । ଛୁଆର ମନକଥା ଜାଣିବା ଅଭିଭାବକଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ୯ ବର୍ଷ ବୟସରେ ପିଲାଙ୍କ ପକୃତ୍ତି ତିଆରି ହୁଏ । ଏହାକୁ ସବୁ ଅଭିଭାବକ ନଜର ରଖିବା ଦରକାର । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟରୁ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା ଏବଂ ବିଭିନ୍ନ ପ୍ରତିଯୋଗୀତାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରାଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।






