ବଲାଙ୍ଗୀର, (ବାଘୁଆବାର୍ତ୍ତା): ମେଡିକାଲ କଲେଜ ଛାତ୍ରଙ୍କ ମୃତ୍ୟୁ । ଭୀମଭୋଇ ମେଡିକାଲର ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ । ମୃତ ଛାତ୍ର ଙ୍କ ନାମ ଶ୍ରୀକାନ୍ତ ମହାନନ୍ଦିଆ ବୋଲି ଜଣାପଡିଛି । ତାଙ୍କର ଘର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ । ଭୀମ ଭୋଇ ମେଡିକାଲ ରେ ସେ ଶେଷ ବର୍ଷର ଛାତ୍ର ଥିଲେ । ସୋମବାର ସକାଳ ୭ ଟାରେ ପରିବାର ଲୋକଙ୍କୁ ମେଡିକାଲ କଲେଜ୍ ତରଫରୁ ସୂଚନା ଦିଆଯାଇଥିଲା । ତେବେ ଗତକାଲି ମେଡିକାଲ କଲେଜରେ ଶେଷ ବର୍ଷରେ ଛାତ୍ରଛାତ୍ରୀ ମାନେ ପାର୍ଟି କରିଥିଲେ । ପାର୍ଟିରେ ଶ୍ରୀକାନ୍ତ ମଧ୍ୟ ସାମିଲ ହୋଇଥିଲେ । ନାଚ ଗୀତ ଖାଇବା ପିଇବା ହେବା ପରେ ସମସ୍ତେ ସୋଇଥିଲେ । ଏହି ସମୟରେ ଶ୍ରୀକାନ୍ତ ଗୁରୁତର ହୋଇଥିବା କୁହାଯାଉଛି । ଉପସ୍ଥିତ ଥିବା ପ୍ରଫେସର ମାନେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ପରେ ମୁଖ୍ୟ ଡାକ୍ତର ଖାନା କୁ ଆଣିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ମୃତ୍ୟର କାରଣ ଅସ୍ପଷ୍ଟ ଥିବା ବେଳେ କଲେଜ ଡ଼ିନ କହିଛନ୍ତି ରାତିରେ ବାନ୍ତି ହୋଇଥିଲା ପରେ ଗୁରୁତର ହୋଇଥିଲେ ଓ ତାଙ୍କ ମୃତ୍ୟ ହୋଇଥିଲା ଡାକ୍ତରଖାନା ଆଣି ଚିକିତ୍ସା କରାଇଲେ ହେଲେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ତେବେ କିଭଳି ପରିସ୍ଥିତି ରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି ତାହା ର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହାର ତଦନ୍ତ ହେବ ବୋଲି କହିଛନ୍ତି କଲେଜ ଡିନ ସେପଟେ ବଲାଙ୍ଗୀର ଏସ୍ଡିପିଓ ଘଟଣା ର ତଦନ୍ତ କରୁଥିବା ବେଳେ ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ସହପାଠୀଙ୍କୁ ପଚରା ଉଚୁରା କରାଯିବ ବୋଲି ଦେଇଛନ୍ତି ମତ।





