ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲାରେ ବିଭିନ୍ନ ଅଫିସରେ ସାଢେ ୧୦ ଟା ପର୍ଯ୍ୟନ୍ତ କର୍ମଚାରୀଙ୍କ ଦେଖା ମିଳୁନି | ଅନ୍ୟ ପକ୍ଷରେ ବିଭିନ୍ନ ବିଭାଗର ବହୁ କର୍ମଚାରୀ ଅଫିସ ସମୟ ନସରୁଣୁ କାର୍ଯ୍ୟାଳୟ ଛାଡୁଥିବାର ଦେଖିବାକୁ ମିଳୁଛି। ଏଭଳି ଏକ ରୋଚକ ଦୃଶ୍ୟ ଗୁରୁବାର ଦିନ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା | ସମୟ ୧୦.୩୦ | କାର୍ଯ୍ୟାଳୟ ଖୋଲା | ହେଲେ ଚୌକି ସବୁ ଫାଙ୍କା ପଡିଥିଲା | ପ୍ରତିକ୍ରିୟା ପାଇଁ ଅଧିକାରୀକ ସହ ଯୋଗାଯୋଗ କରାଯାଇଥିଲେହେଁ ଫୋନ୍ ରିସିଭ୍ କରିନଥିବାରୁ ମିଳିପାରିନାହିଁ। ଭାତ ହାଣ୍ଡିରୁ ଏହା ଗୋଟିଏ ଭଳି ଦଶପଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବହୁ କର୍ମଚାରୀ ବିଳମ୍ବରେ ଆସି ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଅଫିସ୍ ଛାଡୁଥିବାର ଦୃଷ୍ଟି ଗୋଚର ହେଉଛି | ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ଅନିବାର୍ଯ୍ୟ ହୋଇ ପଡିଛି |






