ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ତତ୍ୱାବଧାନରେ ଦଶପଲ୍ଲା ବ୍ଲକର ବିଦ୍ୟାଳୟ ଗୁଡିକରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା । ବାମ୍ କ୍ଲଷ୍ଟରର ସିଆରସିସି ଶଶାଙ୍କ ଶେଖର ପ୍ରଧାନଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ତରଫରୁ ଆସିଥିବା ୩ ଜଣ ଓଡିଶା ପ୍ରଶାସନିକ ସେବା – ୨୦୨୨ ର ଟ୍ରେନିଙ୍ଗ ରିଜର୍ଭ ଅଫିସର, ମିତାଲି ମଧୁସ୍ମିତା ମିଶ୍ର, ସୀୟା ମହାପାତ୍ର ଏବଂ ଶିବାନୀ ରାଉତ ଉକ୍ତ ବ୍ଲକର ବାମ ଏବଂ ଉଲିସାହି କ୍ଲଷ୍ଟରର ସମସ୍ତ ବିଦ୍ୟାଳୟ ଯଥା – ସୁନ୍ଦରକୁମ୍ପା ଆଶ୍ରମ ବିଦ୍ୟାଳୟ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବାମ୍, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହନୁମନ୍ତ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚଢେୟାପଲ୍ଲୀ ଏବଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଉଲ୍ଲିସାହିରେ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ । ଏହି ପାଠ୍ୟ ଉପକରଣ ପାଇ ଛାତ୍ରଛାତ୍ରୀ ମାନେ ବହୁତ ଖୁସି ଅନୁଭବ କରିଥିଲେ ।






