ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କିଛିଦିନ ତଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶରେ ବଡ଼ ଧରଣର ଅଦଳବଦଳ କରାଯାଇଥିଲା । ଅଦଳ ବଦଳରେ ଗଣିଆ ଥାନା ଅଧିକାରୀ ଥିବା ଜୟପ୍ରକାଶ ପରିଡାଙ୍କୁ ଦଶପଲ୍ଲା ଥାନାକୁ ବଦଳି କରାଯାଇଥିବା ବେଳେ ଶରଣକୂଳ ଥାନାରେ ଥିବା ବିମଳ କୁମାର ମଲ୍ଲିକଙ୍କୁ ଗଣିଆ ଥାନାକୁ ବଦଳି କରାଯାଇଥିଲା । ଆଜି ଦଶପଲ୍ଲା ଥାନାରେ ପ୍ରାରମ୍ଭିକ ଭାବରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଓଆଇସି ଜୟପ୍ରକାଶ ପରିଡା । ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେବା ପରେ ଦଶପଲ୍ଲା ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ଭାଇଚାରା ସୃଷ୍ଟି କରିବା ଓ ଅପରାଧ ରୋକିବା ମୁଳ ଲକ୍ଷ ରହିଛି ବୋଲି ଦଶପଲ୍ଲା ଥାନାର ନୂତନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।






