Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶବ ବ୍ୟବଚ୍ଛେଦକୁ ନେଇ ଦଶପଲ୍ଲା ଥାନା ଏବଂ ମେଡିକାଲ ପରିସରରେ ଉତ୍ତେଜନା

by ସଞ୍ଜୟ ସ୍ୱାଇଁ
November 13, 2022
in Crime, Nayagarh, State
ଶବ ବ୍ୟବଚ୍ଛେଦକୁ ନେଇ ଦଶପଲ୍ଲା ଥାନା ଏବଂ ମେଡିକାଲ ପରିସରରେ  ଉତ୍ତେଜନା
289
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଥାନା ଅଧୀନସ୍ଥ ୧୬ ନଂ ୱାର୍ଡ ଖଣ୍ଡପଡ଼ା ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ଏକମାତ୍ର ରୋଜଗାରିଆ ପୁଅ ବିରସେନ ଦାସ ବୟସ ମାତ୍ର ୨୫ । ଗତ ଶନିବାର ସନ୍ଧ୍ୟା ପ୍ରାୟ ୮ଘଣ୍ଟିକା ସମୟରେ ସେହି ଗ୍ରାମର ରବି ସାହୁ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀ ସହ କୌଣସି କାରଣରୁ ବଚସା ହୋଇଥିବାବେଳେ ରବି ସାହୁ ଉତେଜିତ ହୋଇ ବିରସେନ୍ ଦାସ ଙ୍କୁ ଜୀବନରୁ ମାରିଦେଇଥିଲେ । ବୀରସେନଙ୍କ ପରିବାର ଲୋକେ ବିରସେନଙ୍କୁ ନେଇ ସଙ୍ଗେ ସଙ୍ଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିଥିଲେ । ହେଲେ ସେଠାରେ ଡାକ୍ତର ବିରସେନଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ରାତି ୧୨.୩୦ ମିନିଟ୍ ବେଳେ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ । ଦଶପଲ୍ଲା ପୋଲିସ ରବିବାର ଦିନ ସକାଳୁ ପ୍ରାଥମିକ ତଦନ୍ତ ଆରମ୍ଭ କରି ସଙ୍ଗେ ସଙ୍ଗେ ହତ୍ୟାକାରୀ ରବି ସାହୁ ଏବଂ ତାର ସହଯୋଗୀକୁ ଦଶପଲ୍ଲା ଥାନା ରେ ଅଟକ ରଖିଛି । ଅନ୍ୟପଟେ ମୃତ ବିରସେନଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ କ୍ଷତି ପୂରଣ ଦାବିରେ ଦଶପଲ୍ଲା ଥାନା ଘେରାଉ କରିଥିଲେ । ଦଶପଲ୍ଲା ପୋଲିସ ସମସ୍ତଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରବିବାର ଦିନ ୩ ଘଣ୍ଟିକା ସମୟ ସୁଦ୍ଧା ସବ ବ୍ୟବଚ୍ଛେଦ ହୋଇପାରିନଥିଲା । ସେମିତି ବିରସେନଙ୍କ ମୃତ ଶରୀର ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!