ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଅଘଟଣ । ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଖଣ୍ଡପଡ଼ା ଗ୍ରାମର ଜଣେ ଯୁବକ ମାନସିକ ବିଷାଦଗ୍ରସ୍ତ ହୋଇ ଶୁକ୍ରବାର ଦିନ ଦୂର୍ଗାବଜାର ସ୍ଥିତ ଦୋକାନ ଘରେ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି । ମୃତ ଯୁବକ ଜଣକ ହେଲେ ଗ୍ରାମର ଦାଶରଥି ସାହୁଙ୍କ ପୁତ୍ର ଶୁଭେନ୍ଦୁ କୁମାର ସାହୁ । ଦୂର୍ଗାବଜାରରେ ସେ ଏକ ଚିକେନ କାଉଣ୍ଟର ଖୋଲି ଗୁଜୁରାଣ ମେଣ୍ଟାଉଥିଲେ । କିଛି ଦିନ ହେବ ସେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହୁଥିବା ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳୁଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।





