ଦଶପଲ୍ଲା, (ବାଘୁଆବାର୍ତ୍ତା): ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଥାଇ ବି ଜେଲରୁ ଛୁ ମାରିଲା ବିଚାରଧୀନ କଏଦୀ।ପତ୍ନୀଙ୍କ ହତ୍ୟା ମାମଲାରେ ନୟାଗଡ଼ ଦଶପଲ୍ଲା ଉପକାରାଗାରରେ ବନ୍ଦ ଥିବା କଏଦୀ ହିମାଂଶୁ କୁମାର ନାୟକ ମଙ୍ଗଳବାର ଫେରାର ହୋଇଛି। ତେବେ ଜେଲରେ ଏତେ ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ ଅଭିଯୁକ୍ତ ଜଣଙ୍କ କିପରି ଚମ୍ପଟ ମାରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଏହି ଘଟଣାକୁ ନେଇ ଏବେ ଜେଲ କର୍ତ୍ତୃପକ୍ଷଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି। ସେ ଜେଲରୁ ଫେରାର ହେବା ପଛରେ ଜେଲ କର୍ତ୍ତୃପକ୍ଷଙ୍କ ହାତ ରହିଛି ନା କୌଣସି ସୁଯୋଗ ନେଇ ଜେଲରୁ ଫେରାର ହୋଇଛନ୍ତି ତାହା ତଦନ୍ତ ପରେ ସାମ୍ନାକୁ ଆସିବ। ଏନେଇ ବର୍ତ୍ତମାନ ଯାଏ କୌଣସି ଜେଲ ଅଧିକାରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।





