ଦଶପଲ୍ଲା, (ବାଘୁଆବାର୍ତ୍ତା): ସ୍ପୋର୍ଟିଭ ସ୍ପୋର୍ଟ୍ସ ସୋସାଇଟି , ଦଶପଲ୍ଲା ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମୈଦାନରେ ଚାଲିଥିବା ସର୍ବଭାରତୀୟ ଦଶପଲ୍ଲା କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଦଶମ ଦିନ ଅର୍ଥାତ୍ ଶନିବାର ଦିନର ଦ୍ୱିତୀୟ ସେମି ଫାଇନାଲ ପ୍ରତିଯୋଗିତାରେ ଶୋଧପୁର କ୍ଲବ,କୋଲକାତା, ୱେଷ୍ଟବେଙ୍ଗଲ ବନାମ୍ ଡିଏମଏସଏଫ ଚକ୍ରଧରପୁର, ଝାଡ଼ଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ୧-୧ ରେ ଅମୀମାଂଶିତ ରହିବାରୁ ଟାଇବ୍ରେକରର ସହାୟତା ନିଆଯାଇଥିଲା। ଏଥିରେ ୪-୩ ଗୋଲ ରେ ଶୋଧପୁର କ୍ଲବ, କୋଲକାତା, ୱେଷ୍ଟବେଙ୍ଗଲ ବିଜୟୀ ହୋଇଛି। ରବିବାର ଦିନ ଫାଇନାଲ ମ୍ୟାଚ ଏମ. ଜେ. ବି. ୟୁନାଇଟେଡ଼, ସରୋଜିନୀ ନଗର, ନୂଆଦିଲ୍ଲୀ ବନାମ୍ ସୋଧପୁର କ୍ଲବ, କୋଲକାତା, ୱେଷ୍ଟବେଙ୍ଗଲ ମଧ୍ୟରେ ଅନୁଷ୍ଠିତ ହେବ।






